କେଉଁ ସମୟରେ ଜନ୍ମ ହେଲେ ଥାଏ କେଉଁ ସବୁ ଲକ୍ଷଣ ! ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ, ଜନ୍ମର ତିଥି ଅନୁସାରେ ତାହାର ଜାତକ ଓ ଭାଗ୍ୟର ଆକଳନ କରାଯାଇଥାଏ । ଏବଂ ଏହା ମଧ୍ୟ କୁହାଯାଇଛି ଜନ୍ମର ସମୟ, ତିଥିର ସ୍ଵଭାବ ଓ ଚରିତ୍ର ଉପରେ ବହୁତ ପ୍ରଭାବ ଆଣିଥାଏ । ଯେପରି ଶୁଭ ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ । ସେହିପରି ଅଶୁଭ ସମୟ ନେଇ ଜନ୍ମ ନେଇଥିବା ବ୍ୟକ୍ତି ଖରାପ ଭାଗ୍ୟ ନେଇ ଜନ୍ମ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ସମୟରେ ଜନ୍ମ ନେଲେ କେଉଁ ପ୍ରକାରର ଭାଗ୍ୟ ନେଇ ଆସିଥାଏ । ୧:- ଭୋର ୪ ରୁ ୬ ଟା ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମାନଙ୍କ ଜୀବନ କିଛି ସମୟ ପାଇଁ ସାଧାରଣ ପରି ରହିବ । ଏହାପରେ ଅଚାନକ ଏମାନଙ୍କ ଜୀବନରେ ଉନ୍ନତି ଦେଖିବାକୁ ମିଳିବ । ଏହି ପ୍ରକାର ବ୍ୟକ୍ତି ସର୍ବଦା ନିଜ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି । ଏମାନେ ସ୍ୱଭାବରେ ବହୁତ ପରିଶ୍ରମି ମଧ୍ୟ ହୋଇଥାନ୍ତି ।

୨:- ସକାଳ ୬ ରୁ ୮ ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି । ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତିମାନେ ଭାବୁକ, ଚିନ୍ତାବାଦୀ, ଶିଳ୍ପ ବାଦୀ, ଜିଦଖୋର ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ବୁଦ୍ଧି ବହୁତ ତୀକ୍ଷ୍ଣ ଭାବେ କାମ କରିଥାଏ । ଏମାନେ ଖୁବ ଜଲ୍ଦି ପ୍ରତ୍ୟକ ଜିନିଷ କୁ ଶିଖିଯାଇଥାନ୍ତି । ଭବିଷ୍ୟତ ରେ ଏହି ପ୍ରକାର ବ୍ୟକ୍ତି ପ୍ରତ୍ୟକ କ୍ଷେତ୍ରରେ ଉନ୍ନତି ଲାଭ କରିଥାନ୍ତି । ଏମାନେ ଖୁବ ସଚୋଟବାଦୀ ହେବା ସହିତ ଏମାନେ ନିଜର ମାନ ପ୍ରତିଷ୍ଠା ମଧ୍ୟ ବଜାୟ ରଖିଥାନ୍ତି ।

୩;- ସକାଳ ୮ ରୁ ଦିନ ୧୦ ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି । ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ର ସ୍ଵଭାବ ଶାନ୍ତ, ସରଳ, ସ୍ଵଛ ଏବଂ ଚିନ୍ତାଶୀଳ ହୋଇଥାଏ । ଏହି ପ୍ରକାର ବ୍ୟକ୍ତି ନିଜ ପ୍ରିୟ ଜନଙ୍କର ଅତି ପ୍ରିୟର ପାତ୍ର ହୋଇଥାନ୍ତି । ଏହିଭଳି ବ୍ୟକ୍ତି ମାନଙ୍କୁ ନିଜର ବନ୍ଧୁ ବାନ୍ଧବ ଏବଂ ପରିବାରଙ୍କର ସଂପୂର୍ଣ୍ଣ ସୁଖ ପ୍ରାପ୍ତ ହୋଇଥାଏ । ସେସ ସମୟରେ ଏହି ପ୍ରକାର ବ୍ୟକ୍ତି ଅତ୍ୟନ୍ତ ସୁଖ ଭୋଗ କରିଥାନ୍ତି ।

୪;- ଦିନ ୧୦ ଟାରୁ ୧୨ ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି । ସେହି ବ୍ୟକ୍ତି ସେମାନଙ୍କ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇଥାନ୍ତି । ଏମାନେ ନିଜର ମନୋକାମନା କୁ କର୍ମ ଆକାରରେ କରି ବହୁତ ଖୁସି ହୋଇଥାନ୍ତି । ଏମାନଙ୍କ ଶେଷ ଜୀବନ ଅତ୍ୟନ୍ତ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିଥାଏ ।

୫;- ଦିନ ୧୨ ଟାରୁ ଦିନ ୨ ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି । ଏହି ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ଵଭାବରୁ ଶାନ୍ତ, ସରଳ, ନିର୍ଭୀକ ଏବଂ ପରିଶ୍ରମୀ ପ୍ରବୃତ୍ତି ର ହୋଇଥାନ୍ତି । ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଏମାନେ ପ୍ରଚୁର ଧନବାନ ହୋଇଥାନ୍ତି । ଏମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଦରକାର ପଡିଲେ ଏମାନେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ ଜୀବନ ମଧ୍ୟ ତ୍ୟାଗ କରିଦେଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *