Vastu Shastra- ଠାକୁର ଘରେ କେଉଁ ଠାକୁରଙ୍କୁ ରଖି ପୂଜା କରିବା ? ଘରେ କେଉଁ ଠାକୁର ପୂଜା ହେବେ ନାହିଁ ? ଜାଣନ୍ତୁ ଠାକୁରଙ୍କୁ ନେଇ ଓଡିଆ ଘରେ ପ୍ରଚଳିତ କିଛି ନିୟମ !

ବନ୍ଧୁଗଣ, ଆମ ଓଡ଼ିଆ ଘରେ ମା ବୃନ୍ଦାବତୀ ପ୍ରତି ଘରେ ରହି ପୂଜା ପାଇଥାନ୍ତି । ଏବଂ ଇଶାଣ ମଧ୍ୟ ପ୍ରତି ଘରେ ପୂଜା ପାଇଥାନ୍ତି । କିନ୍ତୁ କେତେକ ବ୍ରାହ୍ମଣ ପରିବାରରେ ଇଶାଣ ନଥାଏ ବୋଲି କୁହାଯାଇଥାଏ । ମା ବୃନ୍ଦାବତୀ ଓ ଈଶାଣ ଙ୍କ ପରେ ତୃତୀୟ ଦେବତା ହେଉଛନ୍ତି ସୂର୍ଯ୍ୟ ନାରାୟଣ । ସୂର୍ଯ୍ୟ ନାରାୟଣ ସବୁଆଡେ ଅଛନ୍ତି । ସେ ସବୁଆଡ଼େ ବିଦ୍ୟମାନ । ତେଣୁ ତାଙ୍କର ପୂଜା ଯେମିତି ହେଲେ କରାଯାଇଥାଏ । କୌଣସି ଗ୍ରହ ମାନଙ୍କର ମୂର୍ତ୍ତି ଘରେ ରଖାଯାଏ ନାହିଁ ।

ଯେମିତି ଶନିମେଳା କରିବା ସମୟରେ ଶନି ମହାଗ୍ରହଙ୍କୁ ଅଗଣାରେ ରଖିକି ପୂଜା କରାଯାଇଥାଏ । ଘର ଭିତରେ ପୂଜା କରାଯାଏ ନାହିଁ । ଆମ ହିନ୍ଦୁ ଧର୍ମରେ ପଞ୍ଚ ଦେବତାଙ୍କର ପୂଜା ହେଉଛି ମୁଖ୍ୟ । ପଞ୍ଚ ଦେବତାଙ୍କ ଭିତରୁ ଆପଣଙ୍କୁ ଜଣେ ଦେବତାଙ୍କୁ ଇଷ୍ଟ ଭାବରେ ଗ୍ରହଣ କରିବାକୁ ପଡ଼ିବ । ପଞ୍ଚ ଦେବତାଙ୍କ ଭିତରେ ପ୍ରଥମେ ଆସୁଛନ୍ତି ଶ୍ରୀଗଣେଶ ଏବଂ ଦେବଦେବ ମହାଦେବ, ଭଗବାନ ବିଷ୍ଣୁ, ମା ଦୁର୍ଗା ଓ ସୂର୍ଯ୍ୟ ନାରାୟଣ ।

ନିଜର ଇଷ୍ଟ ଦେବଙ୍କୁ ଆପଣ ନିଜ ପୂଜା ଘରେ ଯେଉଁ ମନ୍ଦିର ଅଛି, ମନ୍ଦିରର ମଝି ଭାଗରେ ବସାଇବେ । ଘରେ ଆପଣ ଯେଉଁ ଠାକୁର ମୂର୍ତ୍ତି କିମ୍ବା ଫଟୋ ରଖିବେ ସେଗୁଡ଼ିକ ଯେମିତି ଭାଙ୍ଗି ନଥିବ କି ଚିରି ନଥିବ ଏଥିପ୍ରତି ଧ୍ୟାନ ଦେବେ । ଖଣ୍ଡିତ ମୂର୍ତ୍ତି କିମ୍ବା ଚିରା ଫଟୋ ଠାକୁର ଘରେ ରଖି ପୂଜା କରିବା ଉଚିତ ନୁହେଁ । ବିଷ୍ଣୁଙ୍କର ସବୁ ଅବତାରଙ୍କୁ ଆପଣ ଘରେ ରଖି ପୂଜା କରିପାରିବେ ଏବଂ ଶିବଙ୍କର ମଧ୍ୟ ସବୁ ଅବତାରଙ୍କୁ ଆପଣ ଘରେ ରଖି ପୂଜା କରିପାରିବେ ।

ଶକ୍ତି ଙ୍କୁ ଯେଉଁମାନେ ପୂଜା କରିଥାନ୍ତି ସେମାନଙ୍କୁ ଶାକ୍ତ ବୋଲି କୁହାଯାଇଥାଏ । ଶକ୍ତି ହେଉଛନ୍ତି ମା ପାର୍ବତୀ । ମା ପାର୍ବତୀଙ୍କର ସବୁ ଅବତାରଙ୍କୁ ଘରେ ରଖି ପୂଜା କରିପାରିବେ ଏହା ହେଉଛି ଶାସ୍ତ୍ର ମାନଙ୍କର ମତ । ଶାସ୍ତ୍ର ମାନଙ୍କ ମତ ଅନୁସାରେ ମା କାଳୀଙ୍କୁ ଘରେ ରଖି ପୂଜା କରିପାରିବେ କିନ୍ତୁ ବୈଷ୍ଣବ ମାନଙ୍କ ମତରେ ମା କାଳୀଙ୍କୁ ଘରେ ରଖିବା ଉଚିତ ହୋଇନଥାଏ । କାରଣ ମା କାଳୀଙ୍କୁ ଘରେ ରଖିଲେ ଘର ଶ୍ମଶାନ ହୋଇଯିବ ।

ବିଶ୍ୱାସ ହିଁ ଭଗବାନ । ଯଦି ଆମ ମନରେ ବିଶ୍ୱାସ ଅଛି ତେବେ ପଥର ମଧ୍ୟ ଶାଳଗ୍ରାମ  ପାଲଟି ଯିବେ । ଦେବାଦେବୀଙ୍କୁ ପୂଜା କରିବା ଆଗରୁ ଆମେ ଗୁରୁଙ୍କୁ ପୂଜା କରିଥାଉ । କିନ୍ତୁ ଗୁରୁଙ୍କର ସ୍ଥାନ କେବେବି ଦେବଦେବୀଙ୍କ ପାଖରେ କରାଯାଇ ନଥାଏ । ଗୁରୁ କେବେବି ଭଗବାନଙ୍କ ସମକକ୍ଷ ନୁହନ୍ତି । ଯଦି ଆପଣ ଗୁରୁଙ୍କୁ ଭଗବାନଙ୍କ ପାଖରେ ବସାଇବେ ତେବେ ଭଗବାନଙ୍କୁ ଅପମାନ ଲାଗିଥାଏ । ଯେଉଁମାନେ ହିନ୍ଦୁ ସେମାନେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିଥାନ୍ତି ।

ଶାସ୍ତ୍ର ଏବଂ ପୁରାଣରେ ଯେଉଁ ଦେବାଦେବୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଓ ଯେଉଁ ଓଷା ବ୍ରତ ବିଷୟରେ ବର୍ଣ୍ଣନା କରାଯାଇଛି ସେହି ଓଷା ବ୍ରତ ସମସ୍ତେ ପାଳନ କରିବା ଉଚିତ । ଏବଂ ସେହି ଦେବାଦେବୀଙ୍କୁ ମଧ୍ୟ ପୂଜା କରିବା ଉଚିତ । ଯଦି ଆପଣ ଠାକୁର ଘରେ ଯୁଗଳ ମୂର୍ତ୍ତି କିମ୍ବା ଫୋଟୋ ରଖିଛନ୍ତି ତେବେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ରହିବ । ଯୁଗଳ କହିଲେ ମହାପ୍ରଭୁ ନାରାୟଣଙ୍କ ସହିତ ମା ଲକ୍ଷ୍ମୀଙ୍କୁ ବସାଇ ପୂଜା କରିବେ । ମହାଦେବଙ୍କ ସହିତ ପାର୍ବତୀଙ୍କୁ ବସାଇ ପୂଜା କରିବେ । ଏମିତି ଭାବେ ଆପଣ ଯୁଗଳ ମୂର୍ତ୍ତି ରଖି ପୂଜା କରିପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *