ବନ୍ଧୁଗଣ, ମହିଳାମାନଙ୍କୁ ଘରେ ଏହି ପାଞ୍ଚୋଟି କାମ କରିବା ଉଚିତ ନୁହେଁ । ନଚେତ ଘରେ ଦୁଃଖ ଓ ଦାରିଦ୍ର୍ୟତା ଆସେ ଏବଂ ମା ଲକ୍ଷ୍ମୀ ଘରୁ ରାଗିକି ପଳେଇ ଯାଇଥାନ୍ତି । ଆମର ପ୍ରାଚୀନ କାଳରେ ସ୍ଵାମୀ ଓ ସ୍ତ୍ରୀଙ୍କୁ ଭଗବାନ ଶିବ ଓ ମାତା ଗୌରୀ ବୋଲି ମାନିଥାନ୍ତି । ଭଗବାନ ଶିବ ଓ ମାତା ଗୌରୀ ଦୁହେଁ ଦୁହିଁଙ୍କ ଅର୍ଦ୍ଧନାରେଶ୍ୱର ଅଟନ୍ତି । ସେହିଭଳି ସ୍ଵାମୀ ଓ ସ୍ତ୍ରୀ ଦୁହେଁ ଦୁହିଁଙ୍କର ଅର୍ଦ୍ଧ ଅଙ୍ଗ ଅଟନ୍ତି । ବିବାହ ପରେ ସ୍ତ୍ରୀ ର ସବୁକିଛି ସ୍ଵାମୀ ସହ ଜଡ଼ିତ ହୋଇ ରହିଥାଏ ।
ସ୍ତ୍ରୀ ର କାମ, ଯଜ୍ଞ ଓ ପୁଣ୍ୟ ଆଦିର ଫଳ ସ୍ୱାମୀକୁ ମଧ୍ୟ ପ୍ରାପ୍ତ ହୋଇଥାଏ । ସେହିଭଳି ସ୍ତ୍ରୀ ଦ୍ଵାରା ହୋଇଥିବା ଖରାପ କର୍ମର ଫଳ ମଧ୍ୟ ସ୍ୱାମୀକୁ ଭୋଗିବାକୁ ପଡ଼ିଥାଏ । ହିନ୍ଦୁଧର୍ମରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ମାନାଯାଇଥାଏ । କିନ୍ତୁ କିଛି ଘରର ମହିଳା ମାନେ ତାଙ୍କର ଭୁଲ କାମ ଦ୍ଵାରା ମାତା ଲକ୍ଷ୍ମୀ ରାଗିଯାଇ ଥାନ୍ତି ଓ ସେହି ଜାଗାରୁ ପଳେଇ ଯାନ୍ତି । ଏବଂ ସେଠାରେ ଅଲକ୍ଷ୍ମୀ ବାସ କରନ୍ତି । ଯଦି ଆପଣଙ୍କୁ ଆପଣଙ୍କ ଘରେ ସେମିତି କିଛି ଅନୁଭବ ହେଉଛି ତେବେ ତୁରନ୍ତ ନିଜ ଭୁଲ ଗୁଡ଼ିକୁ ସୁଧାରି ଦିଅନ୍ତୁ ।
୧;- ଘରର ମହିଳା ମାନଙ୍କୁ ସନ୍ଧ୍ୟା ସମୟରେ ନିଜ କେଶ କୁ ମୁକୁଳା କରି ଘର ଭିତରେ ବୁଲିବା କଥା ନୁହେଁ । କିଛି ମହିଳା ମାନେ ସନ୍ଧ୍ୟା ସମୟରେ ନିଜ କେଶକୁ ମୁକୁଳା କରି କେଶକୁ କୁଣ୍ଡେଇ ଥାନ୍ତି ଓ କେଶ ଖୋଲା ରଖି ଘର ଭିତରେ ବୁଲନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ବାରଣ କରା ଯାଇଛି । ଏହା କରିବା ଦ୍ୱାରା ଘରେ ନକାରତ୍ମକତା ବଢ଼ିଥାଏ, ଓ ଲକ୍ଷ୍ମୀ ସେହିଭଳି ଜାଗାରେ ରୁହନ୍ତି ନାହିଁ ।
୨;- ଆପଣ କିଛି ମହିଳାଙ୍କୁ ଘରର ମୁଖ୍ୟ ଦ୍ଵାରରେ ବସି ଗପିବାର ଓ ମୁଣ୍ଡ କୁଣ୍ଡେଇବାର ଦେଖିଥିବେ, ଏପରି କରିବା ଘର ପ୍ରତି ଭଲ ହୋଇ ନ ଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ମୁଖ୍ୟ ଦ୍ଵାରା ଦେଇ ଆସିଥାନ୍ତି । କିନ୍ତୁ ଆପଣ ଯଦି ସେହି ଜାଗାରେ ବସିକି ଗପିବେ କି କିଛି କାମ କରିବେ, ତେବେ ମାତା ଲକ୍ଷ୍ମୀ ଘରକୁ ଆସିବେ ନାହିଁ । ତେଣୁ ଆପଣ ଏପରି ଭୁଲ କେବେ କରନ୍ତୁ ନାହିଁ । ଏବଂ ଘରର ମୁଖ୍ୟ ଦ୍ଵାରକୁ ସର୍ବଦା ସଫା ସୁତୁରା କରି ରଖନ୍ତୁ ।
୩;- ଯଦି ଘରର ମହିଳା ବହୁତ ସମୟ ଯାଏ ଶୋଇ ରୁହନ୍ତି ଏବଂ ସୂର୍ଯ୍ୟଦୋୟ ପରେ ମଧ୍ୟ ଶୋଇ ରୁହନ୍ତି, ତେବେ ଘରେ ନକାରତ୍ମକ ଶକ୍ତି ବଢ଼ିଥାଏ । ଆପଣ ପ୍ରାତଃ କାଳରେ ଶୀଘ୍ର ଉଠି ଭଗବାନ ଶ୍ରୀ ହରିଙ୍କୁ ପୂଜା କରି ଘରେ ଧୂପ ଦିଅନ୍ତୁ । ଏହାଦ୍ଵାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ।
୪;- ରାତିରେ ଘରେ ଅଇଁଠା ବାସନ ପକାଇ ରଖିବା ଘର ପାଇଁ ଭଲ ହୋଇ ନ ଥାଏ । ଏହାଦ୍ଵାରା ଘରେ ନକାରତ୍ମକ ଶକ୍ତି ବଢ଼ିଥାଏ । ଓ ମା ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ । ଘରେ ଧନର ଅଭାବ ଲାଗି ରୁହେ । ରୋଷେଇ ଘରକୁ ଆପଣ ସବୁବେଳେ ସଫା ସୁତୁରା ରଖନ୍ତୁ । ଅଇଁଠା ବାସନ କୁ ରାତିରେ ହିଁ ସଫା କରିଦିଅନ୍ତୁ ଯଦି ସଫା ନ କରି ପାରୁଛନ୍ତି, ତେବେ ରୋଷେଇ ଘରୁ ବାହାରେ ରଖନ୍ତୁ ।
୫;- ପତ୍ନୀ ପ୍ରେମରୁ ଦୂରତା, କିଛି ମହିଳାଙ୍କ ବାଣୀ ବହୁତ କଟୁ ହୋଇଥାଏ,ଏମାନଙ୍କ ମନ ମୋଟାଣିଆ କଥାବାର୍ତ୍ତା ଯୋଗୁ ସ୍ଵାମୀ ଓ ସ୍ତ୍ରୀ ଭିତରେ ଅଶାନ୍ତି ଦୁଃଖ ଓ କ୍ଳେଶ ବଢ଼ିଥାଏ । ଯାହାଦ୍ଵାରା ଘରେ ଅଲକ୍ଷ୍ମୀ ପ୍ରବେଶ କରିଥାନ୍ତି ଓ ଘରେ ସୁଖଶାନ୍ତି ସବୁ ପଳେଇଥାଏ । ତେଣୁ ଆପଣ ଘରେ ସବୁବେଳେ ପ୍ରେମ ସୁଖ ଶାନ୍ତି ର ବାତାବରଣ ରଖନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।