ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆପଣଙ୍କ ରୋଷେଇ ଘରେ ବ୍ୟବହାର କରୁଥିବା ତାୱା ର ମହତ୍ତ୍ଵ କଣ ? ଏବଂ ଏହାକୁ ବ୍ୟବହାର କରୁଥିବା ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବେ ? ବାସ୍ତବରେ ବାସ୍ତୁଦୋଷ କେବଳ କବାଟ ଖିଡିକି ଭୁଲ ଦିଗରେ ରହିଲେ ଘରର ଅନିଷ୍ଟ ହୋଇ ନ ଥାଏ, ଘରର ବାସନ ମଧ୍ୟ ଠିକ ଭାବରେ ବ୍ୟବହାର କରା ନ ଗଲେ ଓ ସଠିକ ଜାଗାରେ ରଖା ନ ଗଲେ ଘରର ଅଶୁଭ ହୋଇଥାଏ ।
ଏହି ବାସନ ମଧ୍ୟ ଶୁଭ ଓ ଅଶୁଭ ର କାରଣ ହୋଇଥାଏ । ଏହାକୁ ଠିକ ସ୍ଥାନ ରେ ରଖା ନ ଗଲେ ମଧ୍ୟ ଘରର ସଦସ୍ୟଙ୍କୁ ଶାରୀରିକ, ମାନସିକ ଏବଂ ଆର୍ଥିକ ସମସ୍ୟା ଭୋଗିବାକୁ ପଡ଼ିଥାଏ । ତାୱା ରୋଷେଇ ଘରର ସବୁଠୁ ମହତ୍ତ୍ଵ ପୂର୍ଣ୍ଣ ଅଙ୍ଗ ବୋଲି ମନା ଯାଇଥାଏ । ତାୱା ବିନା ରୋଷେଇ ସମ୍ପୂର୍ଣ୍ଣ ନୁହେଁ । ରୋଷେଇ ଘରେ ତାୱା ଯେତିକି ମହତ୍ତ୍ଵ ରଖୁଛି ବାସ୍ତବରେ ମଧ୍ୟ ଏହାର ବହୁତ ମହତ୍ତ୍ଵ ଅଛି ।
ତେବେ ଆସନ୍ତୁ ଜାଣିବା ତାୱା ର ଉପଯୋଗ କଲା ବେଳେ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ? ବାସ୍ତୁଶାସ୍ତ୍ର ଅନୁସାରେ ତାୱା କୁ ସବୁବେଳେ ଚମକେଇ ରଖୁଥିବେ ଅର୍ଥାତ ସବୁବେଳେ ସଫା ସୁତୁରା କରି ରଖୁଥିବେ । ଯେଉଁ ଘରେ ତାୱାକୁ ଯେତେ ଚକଚକ କରି ରଖାଯାଇ ଥାଏ, ସେ ଘରର ସଦସ୍ୟଙ୍କ ଭାଗ୍ୟ ସେତେ ଚମକି ଥାଏ । ଯଦି ଆପଣ ବି ଚାହୁଁଛନ୍ତି କି ଆପଣଙ୍କ ଭାଗ୍ୟ ବି ଚମକୁ ତେବେ ଆପଣ ବି ନିଜ ଘରର ତାୱା କୁ କେମିତି ସଫା ରଖିବେ ତା ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।
ତାୱା କୁ ଚାମକେଇବା ପାଇଁ ଆପଣ ଲେମ୍ବୁରେ ଲୁଣ ମିଶାଇ ତାୱା ଉପରେ ରଗଡନ୍ତୁ ଏବଂ ତାହାପରେ ତାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ବାସ୍ତୁ ଅନୁସାରେ ତାୱା ଉପରେ କେବେ ବି କୌଣସି ଅଇଁଠା ଖାଦ୍ୟ ରଖନ୍ତୁ ନାହିଁ, କି ତାୱା କୁ ଅଇଁଠା କରନ୍ତୁ ନାହିଁ । ଯେଉଁ ଘରେ ତାୱା ର ପବିତ୍ରତା ରଖା ଯାଏ ନାହିଁ । ସେହି ଘରର ସଦସ୍ୟଙ୍କ ବ୍ୟାପାରରେ ହାନି ହୋଇଥାଏ ଏବଂ ଧନର ଅଭାବ ଓ ଘରେ ଅଶାନ୍ତି ଲାଗି ରହିଥାଏ ।
ବାସ୍ତୁ ଅନୁସାରେ ଘରେ ଭଙ୍ଗା ତାୱା ବା କଡ଼େଇ କୁ ରଖିବା ଉଚିତ ନୁହେଁ । ଭଙ୍ଗା ତାୱା ରେ ରୋଷେଇ କରିବା ମଧ୍ୟ ଘର ପାଇଁ ଭଲ ହୋଇ ନ ଥାଏ । ଏହି ଜିନିଷ ପ୍ରୟୋଗ ଦ୍ଵାରା ଘରେ ଧନ ହାନିର ସମ୍ଭାବନା ଥାଏ । ଏବଂ ଘରେ ଦାରିଦ୍ର୍ୟତା ମଧ୍ୟ ଆସେ । ବାସ୍ତୁ ଅନୁସାରେ ତାୱା କୁ ସବୁବେଳେ ଧୋଇକି ହିଁ ବ୍ୟବହାର କରିବା ଉଚିତ । କିଛି ଲୋକ ରାତିରେ ରୋଷେଇ କରି ସରିବା ପରେ ତାୱା କୁ ପୋଛି ରଖିଦେଇ ଥାନ୍ତି ।
କିନ୍ତୁ ଏହା କରିବା ଭଲ ନୁହେଁ ଏହାଦ୍ଵାରା ଆପଣଙ୍କୁ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଅସୁବିଧା ହୋଇଥାଏ । ଏବଂ ମା ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି । ତାୱା ଓ କଡ଼େଇ କୁ କେବେ ବି ଓଲୋଟା କରି ରଖନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ପ୍ରଭାବିତ ହୋଇଥାଏ । ଏବଂ ଘରେ ରାହୁର ନକାରତ୍ମକ ବୃଦ୍ଧି ପାଇଥାଏ । ଯାହାଦ୍ଵାରା ଘରେ କଜିଆ ଝଗଡ଼ା ଲାଗିଥାଏ ଓ ଘରର ଶାନ୍ତି ନଷ୍ଟ ହୋଇ ଯାଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ