୧- ଆଜିକାଲି ସମସ୍ତଙ୍କର ଟଙ୍କା ଦରକାର ତଥା ଲକ୍ଷ୍ମୀ ଦରକାର । ଆସନ୍ତୁ ଜାଣିବା ଲକ୍ଷ୍ମୀ କାହା କାହା ପାଖରେ ରୁହନ୍ତି ? ଯେଉଁଠାରେ ମୂର୍ଖ ଲୋକ ମାନଙ୍କର ପୂଜା ହୁଏ ନାହିଁ । ଆପଣ ଜାଣୁଛନ୍ତି ସେ ମୂର୍ଖ ଟେ, ଗୁଣ୍ଡା ବଦମାସ ଟେ, ଦୁର୍ଦାନ୍ତ ଟେ ତାକୁ ପୂଜା କରିବେ ତ ଲକ୍ଷ୍ମୀ ଆପଣଙ୍କ ଠାରୁ ଛାଡିକି ପଳାଇବେ । ୨- ଯାହା ଘରେ ରୋଷେଇ କରିବା ପରେ ହାଣ୍ଡି ରୁ ଭାତ ସୁଖେ ନାହିଁ, ଲକ୍ଷ୍ମୀ ସେଠାରେ ରୁହନ୍ତି । ଏହା ସହିତ ଯେତେବେଳେ ଯେଉଁ ଅତିଥି ଆସୁଥିବେ ତାଙ୍କୁ ପେଟ ପୁରାଇ ଖାଇବାକୁ ଦେଉଥିବେ, ଲକ୍ଷ୍ମୀ ସେହି ଜାଗା ଛାଡିବେନି ।
୩- ସବୁଠାରୁ ମହତ୍ଵପୂର୍ଣ୍ଣ ବିଷୟ ହେଉଛି ଯେଉଁ ଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଆଦୌ ଝଗଡା ହୁଏ ନାହିଁ । ସେହି ଘର ବୈକୁଣ୍ଠ ସାଦୃଶ୍ୟ । ୪- ଯେଉଁଠାରେ ଗୁରୁଜନ ମାନଙ୍କୁ ଆଗୁଆ ଖାଇବାକୁ ଦେଇ ପଛରେ ଗୃହ ସ୍ଵାମୀ ଖାଉଥିବେ, ସେମାନଙ୍କ ନିଶ୍ଵାସ ରୁ ସେମାନଙ୍କ ଆଶୀର୍ବାଦ ରୁ ଲକ୍ଷ୍ମୀ ଠାକୁରାଣୀ ସଦାବେଳେ ସେହି ଘରେ ବସବାସ କରୁଥିବେ ।
୫- ଯେଉଁ ମା ମାନେ ରାତି ଅଧରେ ପାନିଆ ରେ ମୁଣ୍ଡ କୁଣ୍ଡାଉ ନଥିବେ, ଯେଉଁ ମାନେ ଗୁରୁବାରରେ ପିଲାକୁ ବାଡା ବାଡି କରୁ ନଥିବେ । ଯେଉଁ ମା’ ମାନେ ପିଲାଙ୍କ ଖାଦ୍ୟକୁ ପିଲାଙ୍କୁ ନ ଦେଇ ନିଜେ ଖାଇ ଦେଉଥିବେ । ଲକ୍ଷ୍ମୀ ଠାକୁରାଣୀ ତାଙ୍କଠାରୁ ଛାଡି ପଳାଇ ଯାଇଥାନ୍ତି ।
୬- ଈଶ୍ଵର ଯେତେବେଳେ ଦିଅନ୍ତି କେହି ଛଡାଇ ନେଇ ପାରନ୍ତି ନାହିଁ ମାତ୍ର ଯେତେବେଳେ ଛଡେଇକି ନିଅନ୍ତି କେହି ରୋକୀ ପାରନ୍ତି ନାହିଁ ।
୭- ଦୁଇଟି ଜିନିଷ ମଣିଷର ପରିଚୟ ଦେଇଥାଏ, ଗୋଟିଏ ଧର୍ଯ୍ୟ କିଛି ନଥିବା ବେଳେ ଅନ୍ୟଟି ବ୍ୟବହାର ସବୁଥିଲା ବେଳେ ।
୮- ମଣିଷ ର ସ୍ଵାଦ ଏବଂ ସମ୍ବାଦ ସଠିକ ରହିବା ଉଚିତ କାରଣ ସ୍ଵାଦ ସଠିକ ନଥିଲେ ଶରୀର ଖରାପ ଏବଂ ସମ୍ବାଦ ସଠିକ ନଥିଲେ ସମ୍ପର୍କ ଖରାପ ହୋଇଥାଏ ।
୯- ଯେପରି ଶ୍ରମ କରିବା ଦ୍ଵାରା ଶରୀର ମଜବୁତ ହୋଇଥାଏ, ସେହିପରି କଠିନ ପରିସ୍ଥିତି ଦ୍ଵାରା ମସ୍ତିଷ୍କ ମଜବୁତ ହୋଇଥାଏ ।
୧୦- ସମୟ ଏବଂ ଶବ୍ଦ କୁ ସତର୍କତା ଭାବରେ ବ୍ୟବହାର କରିବା ଉଚିତ । କାରଣ ଉଭୟ ଠାରେ ବାହାରିଲେ ଆଉ ଲେଉଟି ନଥାଏ ।
୧୧- ଧନ ସମ୍ପତ୍ତି ମଣିଷର ବଞ୍ଚିବାର ଶୈଳୀ ବଦଳାଇ ଦେଇଥାଏ କିନ୍ତୁ ମଣିଷର ବୁଦ୍ଧି, ବ୍ୟବହାର, ଏବଂ ଭାଗ୍ୟ କୁ ବଦଳାଇ ପାରେନାହିଁ ।
୧୨- ଯଦି ଖରାପ ଗୁଣ ଦେଖିବାର ଅଭ୍ୟାସ ଥାଏ ତେବେ ପ୍ରଥମେ ନିଜଠାରୁ ଆରମ୍ଭ କରନ୍ତୁ ଅନ୍ୟ ମାନଙ୍କ ଠାରୁ ନୁହେଁ ।
୧୩- ଏହି କଥା ମନେ ରଖିବା ଉଚିତ ଯେ ମଣିଷ ବଞ୍ଚିଥିବା ପର୍ଯ୍ୟନ୍ତ ନିନ୍ଦା ଶୁଣିବାକୁ ପଡିଥାଏ ଏବଂ ପ୍ରଶଂସା ମ-ରି-ବା ପରେ ମିଳିଥାଏ ।
୧୪- ଯେତେ ଖୋଜିଲେ ମଧ୍ୟ ଦୁନିଆରେ ସତ୍ୟ ଏବଂ ଭଲ ଗୁଣ କେଉଁଠି ମିଳିବ ନାହିଁ, ଯଦି ନିଜ ପାଖରେ ତାହା ନଥାଏ ।
ଯଦି ଆମ୍ଭେ ତାହାର ପାଳନ କରିବା ତେବେ ମଙ୍ଗଳ ହେବ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ