ଘରେ କଣ ରଖିଲେ ଶୁଭ ଓ କଣ ରଖିଲେ ହୋଇଥାଏ ଅଶୁଭ, ନିଶ୍ଚୟ ଜାଣି ରଖନ୍ତୁ

୧- ଘରେ ଶୁଆ ସାରି ପାଳିଲେ ଭାରି ସୁଖ ଏବଂ ଶୁଭ ହୁଏ । ଘରେ ଘୀଅ, ଗୁଡ, କ୍ଷୀର, ଦହି, ମହୁ ସଦାବେଳେ ଭରପୁର ରହିଲେ, ଘରେ ସର୍ବସୁଖ । ୨- ଘରେ ସକାଳେ ସନ୍ଧ୍ୟାରେ ଯେତେବେଳେ ଭଜନ କୀର୍ତ୍ତନ ହେଉଛି, ତାହେଲେ ବାସ୍ତୁ ଦୋଷ ରହିବ ନାହିଁ,  ଅପବର୍ଗ ହେବ ନାହିଁ, ଅସମୟରେ କେହି ଜୀବନ ହରାଇବେ ନାହିଁ କି ରୋଗ ମଧ୍ୟ ହେବ ନାହିଁ । ଏହା ହେଉଛି ଘରର ଶୁଭ । ୩- ଘରର ଅଶୁଭ ହେଉଛି, ଯେଉଁ ଘରେ ରହୁଛନ୍ତି ସେହି ଘରେ ଯଦି ଛେଳି ପାଳିବେ, ତେବେ ତାହା ଦରିଦ୍ରତା । ଛେଳି ଆପଣ ଅନ୍ୟ ଜାଗାରେ ପାଳନ୍ତୁ ।

ବ୍ୟବସାୟ କରନ୍ତୁ ମାତ୍ର ଘରଠାରୁ ଦୂରରେ ରଖିବେ । ଦରିଦ୍ରତା ଗ୍ରାସ କରିବ ଛେଳି । ଘରେ ଛେଳି ବୁଲିଲେ ଦରିଦ୍ରତା । ୪- ମଣିଷ ଯେତେବେଳେ ଗରିବ ଥାଏ ତାକୁ ସମସ୍ତେ ଭୁଲି ଯାଇଥାନ୍ତି । କିନ୍ତୁ ଯେତେବେଳେ ଧନୀ ହୁଏ ସେ ସମସ୍ତଙ୍କୁ ଭୁଲିଯାଏ । ୫- ନିଜର ଛୋଟ ଛୋଟ ବାଧା ବିଘ୍ନ କୁ ଦୂର କରିବା ଉଚିତ କାରଣ ଛୋଟ ପଥର ଯୋଗୁଁ ମଣିଷ ଝୁଣ୍ଟିଥାଏ ପାହାଡ ଯୋଗୁଁ ନୁହେଁ ।

୬- ସବୁବେଳେ କଥା ଛୋଟ ଏବଂ କାମ ବଡ କରିବା ଉଚିତ । କାରଣ ସଂସାର କମ ଶୁଣିଥାଏ କିନ୍ତୁ ବହୁତ ଅଧିକ ଦେଖିଥାଏ । ୭- ଲଗାତର ପରିଶ୍ରମ କରିବା ଦ୍ଵାରା ସେହି ହାତରେ ଯେଉଁ ଚାବି ଲାଗିବ ଯାହା ଭାଗ୍ଯର ତାଲା ଖୋଲିଥାଏ । ୮- ଲୋକଙ୍କ କଥାକୁ ଶୁଣି ନ ଶୁଣିଲା ପରି ରହି ପାରିବେ । କାର୍ଯ୍ୟ କରିବାରେ ଅଧିକ ସତର୍କତା ରଖିବା ଆବଶ୍ୟକ ହୋଇଥାଏ ।

୯- ସୁଯୋଗ ରାସ୍ତାରେ ପଡିଥାଏ କିନ୍ତୁ ତାକୁ ପାଇବା ପାଇଁ ସଠିକ ରାସ୍ତା ରେ ଚାଲିବାକୁ ପଡିଥାଏ ।

୧୦- ଖରାପ ଏବଂ ପ୍ରତିକୂଳ ପରିସ୍ଥିତିରେ ଆରାମ କରିବା ଅନୁଚିତ, ଏହା ଖରାପ ପରିସ୍ଥିତି କୁ ଅଧିକ ବୃଦ୍ଧି କରିଥାଏ ।

୧୧- ଭୁଲ କରିବା ମୂର୍ଖତା ହୋଇ ନଥାଏ, ମାତ୍ର ଭୁଲରୁ କିଛି ନଶିଖିବା ମୂର୍ଖତା ହୋଇଥାଏ ।

୧୨- ସଂସାରରେ ପ୍ରତ୍ୟକ ଜିନିଷ ବାଣ୍ଟିଲେ କମିଥାଏ, କିନ୍ତୁ ମାତ୍ର ଖୁସି ଏକ ଏପରି ଜିନିଷ ଯାହାକୁ ବାଣ୍ଟିବା ଦ୍ଵାରା ବୃଦ୍ଧି ହୋଇଥାଏ ।

୧୩- ମୂର୍ଖ ଲୋକଙ୍କୁ ସନ୍ନମାନ ଦେଇ ଖୁସି କରାଯାଏ, ମାତ୍ର ବିଦ୍ଵାନ ବ୍ୟକ୍ତିଙ୍କୁ କେବଳ ସତ୍ୟ ବଚନ କହି ଖୁସି କରାଯାଇପାରେ ।

୧୪- କେଉଁ ଲୋକ କଣ କରୁଛି ? କାହିଁକି କରୁଛି ? କେତେବେଳେ କରୁଛି ? ଏ ସବୁରୁ ଯେତେ ଦୂରେଇ ରହିବେ ସେତେ ମଙ୍ଗଳକାରୀ ହୋଇଥାଏ ।

୧୫- ହାରିଯିବା ସବୁବେଳେ ବିଫଳତା ହୋଇ ନଥାଏ, କିନ୍ତୁ ହାରିକି ପୁନ୍ନର୍ବାର ଚେଷ୍ଟା ନ କରିବା ବିଫଳତା ହୋଇଥାଏ ।

୧୬- ମଣିଷ କେତେଦିନ ବଞ୍ଚିବ ? ଏହା ମଣିଷ ହାତରେ ନଥାଏ, ମାତ୍ର କିପରି ବଞ୍ଚିବ ଏହା ମଣିଷ ହାତରେ ଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *