କେଉଁ ପରିବା, ଫୁଲ ଓ ଡାଲିକୁ ଓଡିଆ ଘରେ ଆମିଷ ବୋଲି କୁହାଯାଏ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ, ଆମ୍ଭର ଓଡିଆ ଘରେ ବିଭିନ୍ନ ପ୍ରକାରର ନୀତି  ନିୟମ ପାଳନ କରାଯାଏ । ଓଡିଶା ର ପୂଜା ପଦ୍ଧତି ରେ ବହୁତ କିଛି ଭିନ୍ନତା ରହିଅଛି । ଏହା ସହିତ ଆମ୍ଭର ଓଡିଆ ଘରର କେତେକ ଚାଲିଚଳନ ଅଛି କେତେକ ନିୟମ ଅଛି ଯାହାକି ଶାସ୍ତ୍ର ରୁ ଉର୍ଦ୍ଧ ରେ । ଶାସ୍ତ୍ରର ନିୟମ ସେ ସବୁ ନୁହେଁ ମାତ୍ର ଲୋକାଚାର ରେ ସେ ସବୁ ଏଭଳି ଭାବରେ ପ୍ରଚଳିତ ହୋଇଛି ଯେ ଯଦି କେହି ସେ ବିଷୟରେ ଜାଣି ନଥିବେ ତେବେ ଅନ୍ୟମାନେ ବହୁତ କଟୁକଥା କହିଥାନ୍ତି ।

ଆଜି ଆମ୍ଭେ ଆପଣଙ୍କୁ ଗୋଟିଏ ଫୁଲର ନାମ, ଗୋଟିଏ ଡାଲିର ନାମ, ତଥା ଗୋଟିଏ ପରିବାର ନାମ କାଇବାକୁ ଜାଉଅଛୁ ଯାହାକୁ ଓଡିଆ ଘରେ ଆମିଷ ସହିତ ତୁଳନା କରାଯାଇଥାଏ । ୧- ସଦାବିହାରୀ ଫୁଲ, ଦୁଇ ପ୍ରକାରର ଏହା ମିଳିଥାଏ ଗୋଟିଏ ସଂପୂର୍ଣ୍ଣ ଧଳା ରଙ୍ଗର ଆଉ ଗୋଟିଏ ଈଷତ ବାଇଗଣୀ ରଙ୍ଗର ।

ଏହି ଫୁଲ କୁ ସୁଗାର ପେସେଣ୍ଟ ମାନେ ଖାଇଥାନ୍ତି ମାତ୍ର ଏହା ଆମ୍ଭ ଦେବତା ମାନଙ୍କ ପୂଜାରେ ଲାଗି ହୋଇ ନଥାଏ । ଓଡିଆ ଘରେ ଏହି ଫୁଲ କୁ ଆମିଷ ଫୁଲ ବୋଲି କୁହାଯାଏ । ଏହି ଫୁଲର ବାସ୍ନା ଆମିଷ ସହିତ ସମାନ ହୋଇଥିବାରୁ ଏ ଫୁଲ କୁ ଆମିଷ ଫୁଲ କୁହାଯାଏ ।

୨- ମଶୁର ଡାଲି, ଓଡିଶା ରେ ଏହି ଡାଲି କୁ ଆମିଷ ଡାଲି ବୋଲି କୁହାଯାଏ । ସୋମବାର, ଗୁରୁବାର, ଶୁକ୍ରବାର ଯେ କୌଣସି ବାରରେ ଆପଣ ଆମିଷ ଖାଉ ନାହାନ୍ତି ସେ ସ୍ଥାନରେ ଆପଣ ଆମିଷ ଡାଲି ଖାଆନ୍ତୁ ନାହିଁ । ବିଭିନ୍ନ ପ୍ରକାରର ଓଷା ବ୍ରତ ଆଦିରେ ଏହି ଡାଲି କୁ ବାରଣ କରାଯାଇଅଛି । କାର୍ତ୍ତିକ ବ୍ରତ ରେ ମଧ୍ୟ ମଶୁର ଡାଲି କୁ ତ୍ୟାଗ କରାଯାଏ ।

୩- ଛତୁ ସାଧାରଣତ ବହୁତ ଲୋକଙ୍କ ପ୍ରିୟ ଅଟେ । ମାତ୍ର ସେହି ଛତୁ କୁ ଆମ୍ଭ ଓଡିଶା ରେ ଆମିଷ ବୋଲି କୁହାଯାଏ । ଓଷା ବ୍ରତ ଦିନ ମାନଙ୍କରେ ଅଥବା ଧର୍ମ ମାସରେ ଛତୁ କୁ ବାରଣ କରା ଯାଇଥାଏ । ବହୁତ ଲୋକ ଅଛନ୍ତି ଯେଉଁ ମାନେ ତାଙ୍କ ଜୀବନରେ କେବେ ଆମିଷ ଖାଇ ନଥାନ୍ତି ସେମାନେ ମଧ୍ୟ ଛତୁ ଖାଆନ୍ତି ନାହିଁ ।

ମାତ୍ର ବହୁତ ଲୋକ ଅଛନ୍ତି ଆମିଷ ନ ଖାଇଲେ ମଧ୍ୟ ଛତୁ ଖାଇଥାନ୍ତି । ମାତ୍ର ବାର ଦେଖି ଛତୁ ଖାଇଥାନ୍ତି । ବନ୍ଧୁଗଣ ଏହି ୩ ଟି ଜିନିଷ କୁ ଆମିଷ ବୋଲି କୁହାଯାଏ । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *