ଭଲ ସମୟ ଆସିବା ପୂର୍ବରୁ ଜାଣିବେ କିପରି ? ପଢନ୍ତୁ ଆଜିର 12 ଟି Anuchinta

ବନ୍ଧୁଗଣ, ସାଧାରଣତ ପ୍ରତ୍ୟକ ଲୋକ ଜୀବନରେ ଭଲ ସମୟ ଏବଂ ଖରାପ ସମୟ ମଧ୍ୟରେ ଗତି କରିଥାନ୍ତି । ଭଲ ସମୟ ଆସିବା ପୂର୍ବ ରୁ କିଛି ସଂକେତ ପ୍ରକୃତିରୁ ମିଳିଥାଏ । ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ । ୧- ଯଦି ଆପଣ ସକାଳୁ ସକାଳୁ କୌଣସି କାର୍ଯ୍ୟ ରେ ବାହାରକୁ ଯାଉଥାନ୍ତି, ଏବଂ ଯିବା ସମୟରେ ବୁଢିଆଣୀ ଜାଲ ବୁଣୁଥିବାର ଦେଖୁଥାନ୍ତି, ତେବେ ଆପଣଙ୍କ କାର୍ଯ୍ୟ ସଫଳ ହେବାର ଏହା ସଂକେତ ଦେଇଥାଏ ।

୨- ଘରୁ ବାହାରିବା ସମୟରେ ଯଦି କୌଣସି ପକ୍ଷୀ ଆପଣଙ୍କ ସମୁଖରେ ଆସି ବସିଯାଇଥାଏ, ଏବଂ କିଛି ସମୟ ସ୍ଥିର ହୋଇ ବସିଜାଇଥାଏ, ତେବେ ଏହା ଆପଣଙ୍କର ମନୋଷ୍କାମନା ପୂରଣ ହେବାର ସଂକେତ ଦେଇଥାଏ ।

୩- ଯଦି କୌଣସି କାର୍ଯ୍ୟ ରେ ଆପଣ ବାହାରକୁ ଯାଉଥାନ୍ତି ଏବଂ ବାହାରକୁ ବାହାରିବା ସମୟରେ ଗାଈ ଅଥବା ନଡିଆ ଦେଖନ୍ତି, ତେବେ ଏହା ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳ ହେବାର ସଂକେତ ଦେଇଥାଏ ।

୪- ଯଦି ଆପଣ ସକାଳୁ ଜଳଖିଆ ଖାଇବା ସମୟରେ ଛିଙ୍କ ଆସିଥାଏ ତେବେ ଏହା ଆପଣଙ୍କୁ କିଛି ଶୁଭ ଖବର ମିଳିବାର ସଂକେତ ଦେଇଥାଏ ।

୫- ଯଦି ଆପଣ ରାତିରେ ଶୋଇବା ସମୟରେ ସ୍ଵପ୍ନ ରେ ସଫା ଜଳ ଦେଖନ୍ତି, ତେବେ ଏହା ଆପଣଙ୍କୁ ଧନ ଲାଭ ହେବାର ସଂକେତ ଦେଇଥାଏ ।

୬- ଯଦି ଆପଣ ବସ୍ତ୍ର ପିନ୍ଧୁଥିବା ସମୟରେ ପକେଟ ରୁ ପଇସା ପଡିଯାଇଥାଏ ତେବେ ଏହା ଆପଣଙ୍କର ଧନଲାଭ ହେବାର ସଂକେତ ଦେଇଥାଏ ।

୭- ଯଦି ଆପଣ ପୂଜା କରୁଥିବା ସମୟରେ ଠାକୁର ଙ୍କୁ ଚଢାଯାଇଥିବା ଫୁଲ ଆପଣଙ୍କ ପାଖରେ ପଡିଯାଇଥାଏ ତେବେ ଏହା ଶୀଘ୍ର ଆପଣଙ୍କର ମନୋଷ୍କାମନା ସଂପୂର୍ଣ୍ଣ ହେବାର ସଙ୍କେତ ଦେଇଥାଏ ।

୮- ଯଦି ଆପଣ ବାହାଘର ପ୍ରସ୍ତାବ ଦେଖିବା ନିମନ୍ତେ ବାହାରକୁ ଯାଉଥାନ୍ତି ଏବଂ ଯିବା ସମୟରେ କୌଣସି ସ୍ତ୍ରୀ ଲୋକ ଦେଖନ୍ତି, ତେବେ ଏହା ଉତ୍ତମ ଜୀବନସାଥି ମିଳିବାର ସଂକେତ ଦେଇଥାଏ ।

୯- ଯଦି ଆପଣ ରାସ୍ତାରେ ଯିବା ସମୟରେ ପଇସା ପାଆନ୍ତି, ତେବେ ଏହା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବାର ସଂକେତ ଦେଇଥାଏ ।

୧୦- ଯଦି ଆପଣ ଘରୁ କୌଣସି ଜରୁରୀ କାର୍ଯ୍ୟ ରେ ବାହାରକୁ ଯାଉଥାନ୍ତି ଏବଂ ଯିବା ସମୟରେ ଆପଣ କିଛି ଭୁଲି ଯିବାର ମନେ ପଡେ ତେବେ ଏହା ଖରାପ ସମୟ ଟଳି ଯିବାର ସଂକେତ ଦେଇଥାଏ ।

୧୧- ରାସ୍ତାରେ ଯିବା ସମୟରେ ଯଦି ଆପଣ ଫୁଲ ପଡିଥିବାର ପାଆନ୍ତି, ତେବେ ଏହା ଆପଣଙ୍କର ଭଲ ସମୟ ଆସିବାର ସଂକେତ ଦେଇଥାଏ ।

୧୨- ସକାଳୁ ଉଠିବା ପରେ ଯଦି ଆପଣ କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ଦେଖନ୍ତି ତେବେ ଏହା କିଛି ଶୁଭ ହେବାର ସଂକେତ ଦେଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *