ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।
୧- ସୁଖ ପୂର୍ବକ ସଂସାରରେ ଜୀବନ ଜାପନ କରିବା ପାଇଁ ନୀତି ନିୟମ ପାଳନ କରିବା ସହିତ କିଛି ବାସ୍ତୁ ଉପାୟ ମଧ୍ୟ କରିବା ଆବଶ୍ୟକ ହୋଇଥାଏ ।
୨- ଖାଦ୍ୟ ଖାଇବା ସମୟରେ ପାଦ ହଲାଇବା ଉଚିତ ନୁହେଁ । ଏହାଦ୍ଵାରା ଅମଙ୍ଗଳ ହୋଇଥାଏ ଏବଂ ବିଭିନ୍ନ ସମସ୍ୟାରେ ପଡିବାର ସମ୍ଭାବନା ଦେଖାଯାଇଥାଏ ।
୩- ଝାଡୁରେ କେବେ ମଧ୍ୟ ଗୋଡ ମାରିବା ଉଚିତ ନୁହେଁ, ଏହା ଅଶୁଭ ହେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ଏବଂ ଧନର ଅଭାବ ହୋଇଥାଏ ।
୪- ଅଇଁଠା ବାସାନ କେବେ ମଧ୍ୟ ରୋଷେଇ କରୁଥିବା ଚୁଲା ଉପରେ ରଖିବା ଆବଶ୍ୟକ ନୁହେଁ, ଏହାଦ୍ଵାରା ଦୁଖ ଏବଂ ଦାରିଦ୍ର୍ୟତା ଆସିବାର ସମ୍ଭାବନା ଦେଖାଯାଇଥାଏ ।
୫- ଗୁରୁବାର ଦିନ କେବେ ମଧ୍ୟ ଘରେ ଝାଡୁ ପୋଛା ଲଗାଇବା ଉଚିତ ନୁହେଁ । ଏହାଦ୍ଵାରା ବୃହସ୍ପତି କମଜୋର ହୋଇ ଦାରିଦ୍ର୍ୟତା ଦେଖା ଦେଇଥାଏ ।
୬- ମହିଳା ମାନେ ସକାଳୁ ଡେରିରେ ଉଠିବା ଉଚିତ ନୁହେଁ ଏହାଦ୍ଵାରା ଅମଙ୍ଗଳକାରୀ ହୋଇଥାଏ । ଏବଂ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହା ସହିତ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
୭- ସ୍ତ୍ରୀ ଲୋକ ମାନେ ମଙ୍ଗଳସୂତ୍ର, ହାତଚୁଡି, କୁଣ୍ଡଳ ଏବଂ ପାଊଁଚି କେବେବି ଓହ୍ଲାଇବା ଉଚିତ ନୁହେଁ, ଏହା ଅଶୁଭ ହେବା ସହିତ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ ।
୮- ଶାସ୍ତ୍ର ଅନୁସାରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭିତରେ ଲାଜ କରିବା ଉଚିତ ନୁହେଁ କିମ୍ବା ସମ୍ଭୋଗ ସମୟରେ ଲାଜ କରିବା ଅନୁଚିତ, ଏହାଦ୍ଵାରା ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଥାଏ ।
୯- ଭୋଜନ କରିବା ସମୟରେ କେବେ ମଧ୍ୟ ଲାଜ କରିବା ଉଚିତ ନୁହେଁ, ଆବଶ୍ୟକ ମୁତାବକ ଖାଦ୍ୟ ଖାଇବା ଉଚିତ ଏହା ମଙ୍ଗଳକାରୀ ହୋଇଥାଏ ।
୧୦- ପାଠ ପଢିବା ସମୟରେ ଗୁରୁଙ୍କ ପାଖରେ ଲାଜ କରିବା ଉଚିତ ନୁହେଁ, ଏହା ଅମଙ୍ଗଳ କାରୀ ହୋଇଥାଏ ଏବଂ ବିଦ୍ୟା ଅର୍ଜନରେ ବାଧା ସୃଷ୍ଟି ହୋଇଥାଏ ।
୧୧- ସକାଳୁ ଉଠିବା ପରେ ନିଜ ମୁହଁ କେବେ ମଧ୍ୟ ଆଇନାରେ ଦେଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ସକାଳୁ ଉଠିଲା ପରେ ନିଜ ହାତର ଦୁଇ ପାପୁଲି କୁ ଦେଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
୧୨- ସକାଳୁ ଉଠିବା ମାତ୍ରେ କେବେ ମଧ୍ୟ ପେପର ପଢିବା କିମ୍ବା ଟିଭି ରେ ନ୍ୟୁଜ ଦେଖିବା ଅନୁଚିତ । ଏହାଦ୍ଵାରା ଶରୀର ଏବଂ ମନ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।
୧୩- ଯଦି ଘରେ ଚେମେଣିଆ ବସାକରେ କିମ୍ବା ବାରମ୍ବାର ଘରେ ପଶିଯାଏ ତେବେ ଅଶୁଭ ହୋଇଥାଏ ଏବଂ ସ୍ୱାସ୍ଥ୍ୟହାନି ହେବା ସହିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।
୧୪- ନିଜେ ବ୍ୟବହାର କରୁଥିବା ପେନ କେବେ କାହାକୁ ଦେବା ଉଚିତ ନୁହେଁ କିମ୍ବା ଅନ୍ୟ କାହାର ପେନ ଆପଣ ବ୍ୟବହାର କରିବା ଅନୁଚିତ ଏହାଦ୍ଵାରା ଆର୍ଥିକ ସମସ୍ୟା ଦେଖା ଯାଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ