ବନ୍ଧୁଗଣ, ଭାଦ୍ରବ ମାସର ପୂର୍ଣ୍ଣିମାରୁ ପିତୃ ପକ୍ଷ ଆରମ୍ଭ ହୋଇଯାଇଥାଏ । ଏହା ଆଶ୍ଵିନ ମାସର ଅମାବାସ୍ୟା ରେ ସମାପ୍ତ ହୋଇଥାଏ । ପିତୃ ପକ୍ଷ ରେ ପୂର୍ବଜ ମାନଙ୍କ ନିମନ୍ତେ ଶ୍ରାଦ୍ଧ କର୍ମ କରାଯାଇଥାଏ । ଏହି ଦିନ ମାନଙ୍କରେ ପିଣ୍ଡ ଦାନ, ହୁମ ଆଦି ମୁଖ୍ୟ ହୋଇଥାଏ ।
ଏହା ପିତୃ ଙ୍କୁ ସମର୍ପିତ ହୋଇଥାଏ । ଏହା ମାନ୍ୟତା ରହିଅଛି ଯେଉଁ ଲୋକ ଏହି ନିୟମ ର ପାଳନ କରି ନଥାଏ ସେମାନଙ୍କୁ ପିତୃ ଦୋଷ ଲାଗିଥାଏ । ଶ୍ରାଦ୍ଧ ପରେ ହିଁ ପିତୃ ଦୋଷ ରୁ ମୁକ୍ତି ମିଳିଥାଏ । ଏହା ଦ୍ଵାରା ସେମାନଙ୍କୁ ଶାନ୍ତି ମିଳିଥାଏ ଏବଂ ସେମାନେ ପ୍ରସନ୍ନ ହୋଇଥାନ୍ତି । ଏହା ଫଳରେ ସେମାନଙ୍କ ଆଶୀର୍ବାଦ ପରିବାରକୁ ପ୍ରାପ୍ତ ହୋଇଥାଏ ।
ଯେଉଁ ପରିଜନ ମାନଙ୍କ ର ଅକାଳ ମୃ-ତ୍ୟୁ ହୋଇଅଛି ସେମାନଙ୍କ ଶ୍ରାଦ୍ଧ ଚତୁର୍ଦ୍ଧସୀ ତିଥିରେ ହିଁ କରାଯାଇଥାଏ । ପିତୃ ପକ୍ଷରେ ଶ୍ରାଦ୍ଧ ଏବଂ ତର୍ପଣ ସଂପୂର୍ଣ୍ଣ ବିଧି ବିଧାନ ରେ କରିବା ଆବଶ୍ୟକ । ଶାସ୍ତ୍ର ରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ କୁହାଯାଇଅଛି ଯାହାକୁ ପିତୃ ପକ୍ଷ ସମୟରେ ଭୁଲରେ ମଧ୍ୟ କରିବା ଆବଶ୍ୟକ ନୁହେଁ । ଆସନ୍ତୁ ଜାଣିବା ତାହା କଣ ଅଟେ ?
୧;- ପିତୃ ପକ୍ଷ ପୂଜା ସମୟରେ ଲୁହା ର ପାତ୍ର ର ବ୍ୟବହାର କରିବା କଥା ନୁହେଁ । ମାନ୍ୟତା ରହିଅଛି ଲୁହା ପାତ୍ର ର ବ୍ୟବହାର କରିବା ଦ୍ଵାରା ପରିବାର ଉପରେ ତାହାର ଅଶୁଭ ପ୍ରଭାବ ପଡିଥାଏ । ଏଥି ପାଇଁ ଏହି ସମୟରେ ତମ୍ବା ପିତଳ ଅଥବା ଅନ୍ୟ ଧାତୁ ର ପାତ୍ର ର ବ୍ୟବହାର କରନ୍ତୁ ।
୨;- ପିତୃ ପକ୍ଷ ସମୟରେ ଯଦି ଆପଣ ପୂର୍ବଜ ମାନଙ୍କର ଶ୍ରାଦ୍ଧ କରୁଛନ୍ତି ତେବେ ଆପଣ ଶରୀରରେ ତେଲ ଲଗାନ୍ତୁ ନାହିଁ ଅଥବା ପାନ ସେବନ କରନ୍ତୁ ନାହିଁ । ଏହା ସହିତ ଆପଣ ଅନ୍ୟ ଲୋକଙ୍କ ଘରର ଖାଦ୍ୟ ମଧ୍ୟ ଏହି ସମୟରେ ସେବନ କରନ୍ତୁ ନାହିଁ, ଏହା ବର୍ଜିତ ଅଟେ ।
୩;- ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା କଥା ନୁହେଁ ଅଥବା କୌଣସି ନୂତନ ବସ୍ତୁ କିଣିବା ମଧ୍ୟ ଏହି ସମୟରେ ଅନିବାର୍ଯ୍ୟ ଅଟେ ।
୪;- ପିତୃ ପକ୍ଷ ସମୟରେ ଆପଣଙ୍କ ଦ୍ଵାର ନିକଟରେ ଆସିଥିବା ବ୍ୟକ୍ତି ଙ୍କୁ ଘରେ ଭୋଜନ କରାନ୍ତୁ । ସେମାନଙ୍କୁ ନ ଖୁଆଇ ଘରୁ ଛାଡନ୍ତୁ ନାହିଁ । ଏହା ସହିତ ଘରେ ତଥା ଘରର ଛାତ ଉପରେ ପଶୁ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ରଖନ୍ତୁ ।
୫;- ପିତୃ ପକ୍ଷ ସମୟରେ ମହିଳା ମାନଙ୍କୁ ନିଜ କେଶ ତଥା ନଖ କାଟିବା କଥା ନୁହେଁ । ଏହା ଦ୍ଵାରା ପାପ ଲାଗିଥାଏ । ଯେଉଁ ବ୍ୟକ୍ତି ଶ୍ରାଦ୍ଧ କର୍ମ ନକରିବ ସେ ଆଉ କାହାର ବସ୍ତ୍ର ମଧ୍ୟ ପରିଧାନ କରିବା ଅନିବାର୍ଯ୍ୟ ଅଟେ । ପୁରୁଷ ମାନେ ଏହି ସମୟରେ କେଶ ତଥା ଦାଢି କାଟିବା ଅନିବାର୍ଯ୍ୟ ଅଟେ । ବନ୍ଧୁଗଣ ପିତୃ ପକ୍ଷ ସମୟରେ ଏହି ନିୟମ ମାନି ଚାଲିଲେ ଆପଣଙ୍କର ବିଶେଷ କ୍ଷତି ହେବ ନାହିଁ ନଚେତ ବହୁତ ବଡ ବିପତି ର ମୁଖପାତ୍ର ହେବେ ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।