ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ ଏବଂ ଆଶ୍ୱିନ ମାସ ର ଅମାବାସ୍ୟା ରେ ସମାପ୍ତ ହୋଇଥାଏ । ଅର୍ଥାତ ସମ୍ପୂର୍ଣ୍ଣ ୧୬ ଦିନ ପର୍ଯ୍ୟନ୍ତ ଏହି ପିତୃପକ୍ଷ ଚାଲିଥାଏ । ଏହି ଥର ପିତୃପକ୍ଷ ୨୦ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ଯାଇଛି । ତେବେ ଏହି ପିତୃପକ୍ଷ ରେ ସମସ୍ତେ ନିଜର ପୂର୍ବ ପୁରୁଷ ଙ୍କ ଆତ୍ମା ର ଶାନ୍ତି ପାଇଁ ଶ୍ରାଦ୍ଧ କରିଥାନ୍ତି । ତେବେ ପୁର୍ବ ପୁରୁଷ ଙ୍କୁ ଶ୍ରଦ୍ଧାରେ ଦିଆଯାଇଥିବା ଵସ୍ତୁ କୁ ଶ୍ରାଦ୍ଧ କୁହାଯାଏ ।
ଏହା ଦ୍ୱାରା ସେମାନେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥାନ୍ତି । ତେବେ କୁହାଯାଏ ଯେ, ପିତୃପକ୍ଷ ରେ ଯମରାଜ ମଧ୍ୟ ସେମାନଙ୍କୁ ନିଜ ପରିବାର ପରିଜନ ଙ୍କ ସହ ଭେଟ କରେଇବା ପାଇଁ ଅନୁମତି ଦିଅନ୍ତି । ତେବେ ଯଦି ଆପଣ ଏହି ସମୟରେ ତାଙ୍କର ଶ୍ରାଦ୍ଧ ନ କରନ୍ତି ତେବେ ତାଙ୍କ ମନ ଦୁଃଖ ହୋଇଯାଏ ଏବଂ ସେ ଆପଣଙ୍କ ଉପରେ ରାଗି ମଧ୍ୟ ଯାଆନ୍ତି । ପିତୃପକ୍ଷ ର ଅନେକ ନିୟମ ରହିଛି ।
ଏହି ନିୟମ ଗୁଡ଼ିକ ପାଳନ କରିବା ନିହାତି ଆବଶ୍ୟକ । ସେହିପରି ଏଭଳି କିଛି ଖାଦ୍ୟ ମଧ୍ୟ ରହିଛି ଯାହାକୁ ପିତୃପକ୍ଷ ରେ ପୂର୍ଵଜ ଙ୍କୁ ଦେବା ଅଥବା ସ୍ୱୟଂ ଗ୍ରହଣ କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ଅଧିକାଂଶ ଏହା ଦେଖା ଯାଇଥାଏ ଯେ, ପିତୃପକ୍ଷ ସମୟ ରେ ନିଜ ପୂର୍ବ ପୁରୁଷ ଙ୍କୁ ତାଙ୍କ ମନ ପସନ୍ଦର ଖାଦ୍ୟ ପିଣ୍ଡ ରେ ଦିଆ ଯାଇଥାଏ । କିଛି ବ୍ୟକ୍ତି ପିଆଜ ରସୁଣ ଓ ଆମିଷ ଖାଦ୍ୟ ମଧ୍ୟ ଦେଇଥାନ୍ତି । କିନ୍ତୁ ଏପରି କରିବା ସମ୍ପୂର୍ଣ୍ଣ ଅନୁଚିତ । କାରଣ ଶାସ୍ତ୍ର ଅନୁସାରେ ପିତୃ ଦେବ ହେଉଛନ୍ତି ଭଗବାନ ବିଷ୍ଣୁ ଓ ମାତାଲକ୍ଷ୍ମୀ । ପିଆଜ ରସୁଣ ଓ ଆମିଷ ଭଗବାନ ବିଷ୍ଣୁ ଓ ମାତାଲକ୍ଷ୍ମୀ କେବେବି ଗ୍ରହଣ କରନ୍ତି ନାହିଁ ।
ଯେଉଁ କାରଣରୁ ଆପଣଙ୍କ ପୂର୍ବ ପୁରୁଷ ମଧ୍ୟ ଏହାକୁ ଗ୍ରହଣ କରନ୍ତି ନାହିଁ । ତେଣୁ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ । ଆପଣ ମଧ୍ୟ ସ୍ଵୟଂ ପିଆଜ ରସୁଣ ଓ ଆମିଷ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଏହି ସମୟ ରେ ମଦ୍ୟପାନ ମଧ୍ୟ କରିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କୁ ନିଜ ପିତୃ ପୁରୁଷ ଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇ ନଥାଏ । ପିତୃପକ୍ଷ ସମୟ ରେ ବାସୀ ଖାଦ୍ୟ ପିଣ୍ଡ ରେ ଦେବା ଆଦୋୖ ଉଚିତ ନୁହେଁ ।
ଏହି ସମୟ ରେ ଆପଣଙ୍କ ପୂର୍ବ ପୁରୁଷ ଯେ କୌଣସି ଉପାୟ ରେ ମଧ୍ୟ ଆପଣଙ୍କ ଘର ଦ୍ୱାର କୁ ଆସନ୍ତି । ତେଣୁ ଅନ୍ୟ କାହାକୁ ମଧ୍ୟ ବାସୀ ଖାଦ୍ୟ ଦିଅନ୍ତୁ ନାହିଁ ଏବଂ ସ୍ୱୟଂ ଗ୍ରହଣ କରନ୍ତୁ ନାହିଁ । ପିତୃପକ୍ଷ ସମୟ ରେ ଆପଣ ସ୍ଵୟଂ ଭାତ ଡାଲି ଏବଂ ରୁଟି ର ସେବନ କରି ପାରିବେ । କିନ୍ତୁ ବ୍ରାହ୍ମଣ ଭୋଜନ ଏବଂ ନିଜ ପିତୃ ପୁରୁଷ ଙ୍କୁ ଏହା ଭୁଲ ରେ ବି ଦେବେ ନାହିଁ । ଏହି ସମୟ ରେ ଧଳା ମିଠା ଏବଂ କ୍ଷୀର ଆଦୋୖ ସେବନ କରନ୍ତୁ ନାହିଁ ।
କ୍ଷୀର ରୁ ଆପଣ କ୍ଷୀରି ପ୍ରସ୍ତୁତ କରି ନିଜ ପିତୃ ପୁରୁଷ ଙ୍କୁ ଭୋଗ ଲଗାଇ ପାରିବେ ଏବଂ ସ୍ୱୟଂ ମଧ୍ୟ ସେବନ କରି ପାରିବେ । କିନ୍ତୁ ଖାଲି କ୍ଷୀର ଗ୍ରହଣ କରିବେ ନାହିଁ । ପିତୃପକ୍ଷ ସମୟ ରେ ଆପଣଙ୍କୁ ନିଜ ପିତୃ ପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେଣୁ ଆପଣ ମାନେ ଶାସ୍ତ୍ର ରେ ଥିବା ସମସ୍ତ ନିୟମ ଏହି ସମୟ ରେ ମାନି ଚଳିବା ଉଚିତ ଏବଂ କୌଣସି ପ୍ରକାର ଭୁଲ କରିବା ଆଦୋୖ ଉଚିତ ହୋଇ ନଥାଏ । ତେଣୁ ଆପଣ ସମସ୍ତ ନିୟମ କୁ ପାଳନ କରି ପିତୃପକ୍ଷ ସମୟ ରେ ନିଜ ପୂର୍ବ ପୁରୁଷ ଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।