ବନ୍ଧୁଗଣ, ଆମ୍ଭ ହିନ୍ଦୁ ଧର୍ମ ରେ ତୁଳସୀ ପୂଜା ର ବିଶେଷ ମହତ୍ଵ ସମ୍ବନ୍ଧରେ କୁହାଯାଇଅଛି । କାରଣ ତୁଳସୀ ଗଛ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ମାନାଯାଇଅଛି । କୁହାଯାଇଅଛି ଯେଉଁ ଘରେ ନୀତିଦିନ ତୁଳସୀ ଗଛ ର ପୂଜା କରାଯାଇଥାଏ ସେହି ଘରେ କେବେ ମଧ୍ୟ ଦାରିଦ୍ର୍ୟ ବାସ କରି ନଥାଏ । ସେହି ଘରେ ସର୍ବଦା ମାତା ଲକ୍ଷ୍ମୀ ର ବାସ ରହିଥାଏ । ଏହା ସହିତ ତୁଳସୀ ପୂଜା କରିବା ଦ୍ଵାରା ମୋକ୍ଷ ର ପ୍ରାପ୍ତି ହୋଇଥାଏ । ଏହା ସହିତ ପାପ ର ମଧ୍ୟ ନାଶ ହୋଇଥାଏ ।
କୁହାଯାଏ ଯେ ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ଦେବୀ ତଥା ଦେବତା ଙ୍କ ବାସ ହୋଇଥାଏ । ଏହା ସହିତ ତୁଳସୀ ନକାରାତ୍ମକ ଊର୍ଜା ମଧ୍ୟ ସମାପ୍ତ ହୋଇଥାଏ । ଘରେ କେବଳ ସକାରତ୍ମକ ଊର୍ଜା ର ପ୍ରବେଶ ହୋଇଥାଏ । ପୌରାଣିକ ମାନ୍ୟତା ଅନୁଯାୟୀ ନୀତିଦିନ ତୁଳସୀ ପୂଜା କରିବା ଦ୍ଵାରା ଧନ-ସମ୍ପତ୍ତି, ବୈଭବ, ସୁଖ ଏବଂ ସମୃଦ୍ଧି ର ପ୍ରାପ୍ତି ହୋଇଥାଏ ଏବଂ ମାତା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାଏ ।
ସେହିଭଳି ପଦ୍ମ ପୁରାଣ ଅନୁଯାୟୀ ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ବ୍ରହ୍ମା, ବିଷ୍ଣୁ ଏବଂ ଶଙ୍କର ତ୍ରୀଦେବ ଙ୍କ ନିବାସ ହୋଇଥାଏ । ତୁଳସୀ ଗଛ ସ୍ଥାପନ କରିଲେ ସମସ୍ତ ବାଧା ବିଘ୍ନ ମଧ୍ୟ ନଷ୍ଟ ହୋଇଯାଇଥାଏ । ଆପଣଙ୍କ ଘରେ ଗୃହ କ୍ଲେଶ ଅଥବା କଡି ଦାରିଦ୍ର୍ୟ ରହିଥାଏ ଅଥବା ଆପଣଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇଥାଏ ତେବେ ଆଜି ଆମ୍ଭେ ଆପଣଙ୍କୁ ଏକ ବିଶେଷ ମନ୍ତ୍ର ସମ୍ବନ୍ଧରେ କହିବାକୁ ଯାଉଅଛୁ ।
ଯଦି ଆପଣ ଏହି ମନ୍ତ୍ର ର ଜାପ ତୁଳସୀ ପୂଜା ସମୟରେ କରନ୍ତି ତେବେ କିଛି ଦିନ ଭିତରେ ଆପଣଙ୍କର ସମସ୍ତ ଦୁଖ ଦରଦ ଦୂର ହୋଇଯିବ ଏବଂ ସ୍ଥାୟୀ ରୂପରେ ମାତା ଲକ୍ଷ୍ମୀ ଙ୍କ ବାସ ରହିବ । ଏହା ସହିତ ଆପଣଙ୍କ ଘରେ ଖୁସି ର ବାତାବରଣ ମଧ୍ୟ ରହିବ । ଆପଣଙ୍କ ଘରେ କେବେ ମଧ୍ୟ ଦୁଖ ଦରଦ ର ବାସ ହେବ ନାହିଁ ।
ଆପଣ ନିଜ ନିତ୍ୟକର୍ମ ସାରି ସର୍ବ ପ୍ରଥମେ ଆପଣଙ୍କ ଇଷ୍ଟ ଦେବତା ଙ୍କୁ ପ୍ରଣାମ କରନ୍ତୁ ଏହାପରେ ଆପଣ ତୁଳସୀ ଗଛ ପାଖକୁ ଯାଇ ତୁଳସୀ ମାତା ଙ୍କୁ ପ୍ରଣାମ କରନ୍ତୁ । ଏହାପରେ ତୁଳସୀ ମାତା ଙ୍କୁ ଶୁଦ୍ଧ ଜଳ ଅର୍ପଣ କରନ୍ତୁ । ଏହାପରେ ସିନ୍ଦୁର ଏବଂ ହଳଦୀ ଚଢାନ୍ତୁ । ଏହାପରେ ତୁଳସୀ ଗଛ ମୂଳରେ ଘୀଅ ଦୀପ ପ୍ରଜ୍ଵଳିତ କରନ୍ତୁ ।
ଏହା ପରେ ୭ କ୍ରମ ତୁଳସୀ ମାତା ଙ୍କ ପରିକ୍ରମା କରନ୍ତୁ ଏହା ସହିତ ଏହି ମନ୍ତ୍ରର ଜପ କରନ୍ତୁ, ମନ୍ତ୍ରଟି ହେଉଛି,- ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟବର୍ଦ୍ଧନୀ, ଆଦ୍ଧି ବ୍ୟାଦ୍ଧି ହରା ନିତ୍ୟମ ତୁଳସୀ ତ୍ଵମ ନମସ୍ତୁତେ । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ