ବନ୍ଧୁଗଣ, ଭଗବାନ ଙ୍କୁ ପ୍ରସନ୍ନ କରି ତାଙ୍କ କୃପା ପାଇବା ନିମନ୍ତେ ଆମ୍ଭେ ମାନେ ପ୍ରତିଦିନ ଫୁଲ, ତୁଳସୀ ଏବଂ ବେଲପତ୍ର ଇତ୍ୟାଦି ତୋଳି ଭଗବାନ ଙ୍କୁ ଅର୍ପଣ କରିଥାଉ । ଯଦି ଏହିସବୁ କୁ ଆମ୍ଭେ ନୀତି ନିୟମ ଅନୁଯାୟୀ ନ କରିବା ତେବେ ତାହା ସବୁ ଭଗବାନ ଗ୍ରହଣ କରି ନଥାନ୍ତି । ଭଗବାନ ପ୍ରସନ୍ନ ହେବା ବଦଳରେ କୋପ କରିଥାନ୍ତି । କୃପା କରିବା ବଦଳରେ ଅନର୍ଥ କରିଥାନ୍ତି । ଏହା ଆମ୍ଭେମାନେ ଜାଣି ନଥାଉ ।
ଏହା ସହିତ ଆମ୍ଭର ସମସ୍ତ ପୂଜାର୍ଚ୍ଚନା ବ୍ୟର୍ଥ ଯାଇଥାଏ । ଏଣୁ ଆଜି ଆମ୍ଭେ ଏହି ଜାଣିବା ଫୁଲ, ତୁଳସୀ, ବେଲପତ୍ର ତୋଳିବାର କିଛି ନିୟମ ମାନ ସମ୍ବନ୍ଧରେ । ଏହାଦ୍ଵାରା ଆମ୍ଭର ପ୍ରତ୍ୟକଟି ଅର୍ପିତ ବସ୍ତୁ କୁ ଭଗବାନ ଶ୍ରଦ୍ଧା ର ସହକାରେ ଗ୍ରହଣ କରି ଆମ୍ଭକୁ ତାଙ୍କର କୃପା ପ୍ରଦାନ କରିବେ । ଫୁଲ ତୋଳିବା ସମୟରେ ଯଦି ଆମ୍ଭେ କିଛି ନିୟମ ମାନଙ୍କର ପାଳନ କରିବା ତେବେ ତାହା ଆମ୍ଭ ନିମନ୍ତେ ଉଚିତ ହେବ ।
କେତେକ ଲୋକଙ୍କ ଘରେ ଫୁଲ ଗଛ ନଥାଏ ସେମାନେ ଅନ୍ୟ ବାଡିରୁ ରାତିରେ ଯାଇ ଅଗାଧୁଆ ରେ ଫୁଲ ତୋଳିଥାନ୍ତି । ଏହା ସାଧାରଣରେ ସହରାଞ୍ଚଳରେ ଅଥବା ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଥାଏ । କିନ୍ତୁ ଶାସ୍ତ୍ର ନିୟମ ଅନୁଯାୟୀ ଫୁଲ କୁ କେବେ ଚୋରୀ କରି ଆଣିବା ଉଚିତ ନୁହେଁ । ବିନା ଅନୁମତି ରେ କାହା ଗଛରୁ ଫୁଲ ତୋଳି ଆଣିବା ଶାସ୍ତ୍ର ବିରୋଧୀ ଅଟେ । କୌଣସି ଫୁଲ ତୋଳିବା ସମୟରେ ଚପଲ ପିନ୍ଧି ତୋଳିବା ଉଚିତ ନୁହେଁ । ଶରୀରରେ ତେଲ ଲଗାଇ ମଧ୍ୟ ଫୁଲ ତୋଳିବା କଥା ନୁହେଁ । ଆପଣ ଅଗାଧୁଆ ରେ ଫୁଲ ତୋଳି ପାରିବେ କିନ୍ତୁ ହାତ, ମୁହଁ, ପାଦ ସର୍ବ ପ୍ରଥମେ ତୋଳିବା ଆବଶ୍ୟକ ।
ରାତିରେ ଶୋଇଥିବା ବସ୍ତ୍ର କୁ ପିନ୍ଧି ଧୁଆ ହୋଇଥିବା ବସ୍ତ୍ର କୁ ପିନ୍ଧିବା ଶାସ୍ତ୍ର ଅନୁଯାୟୀ ବର୍ଣ୍ଣିତ ଅଛି । ଏହାଛଡା ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ, ଏବଂ ସୁଧିକ୍ରିୟା ଦିନ ଫୁଲ ତୋଳିବା ବାରଣ ରହିଅଛି । ଅନେକ ଲୋକେ ପୂର୍ବ ଦିନରୁ ଫୁଲ ଅଥବା ଫୁଲ କଢ ତୋଳି ରଖିଥାନ୍ତି । ଏବଂ ଏହାପରଦିନ ଫୁଲ ଭଗବାନ ଙ୍କୁ ଅର୍ପଣ କରିଥାନ୍ତି । ଏହା ମଧ୍ୟ ଶାସ୍ତ୍ର ବିରୋଧୀ ଅଟେ । କାରଣ ଫୁଲ ଦିନକ ପରେ ବାସୀ ହୋଇଯାଏ ।
ଏବଂ ବାସୀ ଫୁଲ ଭଗବାନ ଙ୍କୁ ଅର୍ପଣ କରାଯାଇନଥାଏ । ଆପଣ କେବଳ ୨ ଟି ଫୁଲ କୁ ପୂର୍ବଦିନ ତୋଳି ରଖି ପାରିବେ । ଗୋଟିଏ ହେଉଛି ପଦ୍ମ ଫୁଲ ଏବଂ ଅନ୍ୟଟି ହେଉଛି ସ୍ଵର୍ଣ୍ଣଚମ୍ପା ଫୁଲ । ଏହି ୨ ଟି ଫୁଲ ମଉଳି ପାରେ ମାତ୍ର କେବେ ଏହା ବାସୀ ହୋଇ ନପାରେ । ଏଣୁ ଏହି ୨ ଟି ଫୁଲ କୁ କିଛି ଦିନ ପୂର୍ବରୁ ତୋଳି ରଖିଥିଲେ ମଧ୍ୟ ପୂଜା ଯୋଗ୍ୟ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।