ଯେଉଁ ସ୍ତ୍ରୀ ନିଜ ସ୍ବାମୀଙ୍କ ଅଇଁଠା ଭୋଜନ ଗ୍ରହଣ କରନ୍ତୁ ସେମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ନିଜର ଜୀବିକା ନିମନ୍ତେ ସର୍ବ ପ୍ରଥମେ ଭୋଜନ ଉପରେ ହିଁ ନିର୍ଭରଶୀଳ । ଭୋଜନ କରିବାର ଅନେକ ନିୟମ ମଧ୍ୟ ରହିଛି । କିନ୍ତୁ ବର୍ତ୍ତମାନ ର ସମୟ ଏବଂ ପରସ୍ଥିତି ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଛି । ସମସ୍ତ ବ୍ୟକ୍ତି ସମୟ ଅନୁସାରେ ନିଜକୁ ମଧ୍ୟ ପରିବର୍ତ୍ତନ କରି ସାରିଛନ୍ତି । ପ୍ରାୟତଃ ବ୍ୟକ୍ତି ନିଜ ସଂସ୍କୃତି କୁ ଭୁଲି ଯାଉଛନ୍ତି ଯାହାର ପ୍ରଭାବ ଆମ ଜୀବନ ରେ ମଧ୍ୟ ପଡ଼ୁଛି । ବାସ୍ତୁଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟରେ କେତେ ଗୁଡ଼ିଏ ନିୟମର ପାଳନ କରିବାକୁ ଉଲ୍ଲେଖନୀୟ ରହିଛି ।

ସେହି ନିୟମ କୁ ବୈଜ୍ଞାନିକ ଦୃଷ୍ଟିକୋଣ ରୁ ମଧ୍ୟ ସଠିକ ବୋଲି ବିବେଚନା କରା ଯାଇଛି । ତେବେ ଆଜି ଆମେ ଆପଣଙ୍କୁ ସେହି ନିୟମ ଗୁଡ଼ିକ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ପ୍ରଥମତଃ, ପୂର୍ବ ଏବଂ ଉତ୍ତର ଦିଗ ଭୋଜନ କରିବା ନିମନ୍ତେ ସର୍ବୋତ୍ତମ ହୋଇଥାଏ ।

ଏହି ଦିଗରେ ଭୋଜନ କରିବା ଦ୍ୱାରା ସକରାତ୍ମକତା ଉର୍ଜା ସୃଷ୍ଟି ହୋଇଥାଏ । ଏହା ଦ୍ବାରା ମାତାଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ଏବଂ ଏହା ସହିତ ଯଶ ଏବଂ ପ୍ରତିଷ୍ଠା ଲାଭ ହୋଇଥାଏ । ଯେଉଁ ବ୍ୟକ୍ତି ଙ୍କ ମାତାପିତା ଜୀବିତ ଅଛନ୍ତି ସେମାନେ କେବେବି ଦକ୍ଷିଣ ଦିଗରେ ଭୋଜନ କରିବା ଉଚିତ ନୁହେଁ, ବରଂ ସେମାନେ ସର୍ବଦା ପଶ୍ଚିମ ଦିଗରେ ଭୋଜନ କରିବା ସର୍ବୋତ୍ତମ ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟତଃ, ସର୍ବଦା ଭୋଜନ କରିବା ପୂର୍ବରୁ ହାତ ଏବଂ ମୁହଁକୁ ଭଲ ଭାବରେ ଧୋଇବା ଉଚିତ । ଏହା ସହିତ ପାଦ ମଧ୍ୟ ଧୋଇବା ଉଚିତ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କେବେବି ଦକ୍ଷିଣ ଦିଗରେ ମୁହଁ କରି ଭୋଜନ କରିବା ଉଚିତ ନୁହେଁ ନଚେତ ପେଟ ରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ । କେବେବି ଖାଇବା ସମୟରେ ଗୋଡ଼ ହଲାଇବା ଆଦୋୖ ଉଚିତ ନୁହେଁ । ଯେଉଁ ବ୍ୟକ୍ତି ମାନଙ୍କର ଆର୍ଥିକ ସମସ୍ୟା ରହିଛି ସେମାନେ ସର୍ବଦା ପଶ୍ଚିମ ଦିଗରେ ଭୋଜନ କରିବା ଉଚିତ । ଏହା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଶାସ୍ତ୍ର ରେ ଦୁଇ ସମୟ ହିଁ ଭୋଜନ କରିବାର ନିୟମ ରହିଛି । ପ୍ରାତଃକାଳ ଏବଂ ଶୟନ କାଳ । ଏହା ମଝିରେ ଭୋଜନ କରିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଏହି ନିୟମ କୁ ମାନି ଚଳିଥାଏ ସେହି ବ୍ୟକ୍ତି ର ଜୀବନ ସୁଖମୟ ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ପ୍ରତ୍ୟେକ ବ୍ୟକ୍ତି କୁ ସର୍ବଦା ଏହା ଧ୍ୟାନ ରଖିବା ଉଚିତ ଯେ, କେବେବି କୌଣସି ଅନ୍ୟ ବ୍ୟକ୍ତି ର ଅଇଁଠା ଖାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ଘରେ ଦାରିଦ୍ର୍ୟତା ସୃଷ୍ଟି ହୋଇଥାଏ । ପତି ର ଅଇଁଠା ମଧ୍ୟ ପତ୍ନୀ ଙ୍କୁ ଖାଇବା ଉଚିତ ନୁହେଁ । ଏହାଦ୍ଵାରା ଘରେ ଦାରିଦ୍ର୍ୟତା ର ଆଗମନ ହୋଇଥାଏ । ତେଣୁ ଏହି ନିୟମ କୁ ମାନି ଚଳିବା ଆବଶ୍ୟକ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *