ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କହିବାକୁ ଗଲେ ଲୁଣ ହେଉଛି ଏକ ସାଧାରଣ ଏବଂ ଶସ୍ତା ଜିନିଷ। ଏହା ସମସ୍ତଙ୍କ ଘରେ ନିଶ୍ଚିତ ଭାବରେ ମିଳିଥାଏ ଏବଂ ବ୍ୟବହାର ହୋଇଥାଏ। ତେବେ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେଇଥିବେ ଯେ, ଏହି ସାମାନ୍ୟ ଜିନିଷ କିପରି ଏକ ସାଧାରଣ ମଣିଷ କୁ ଧନୀ କରି ପାରିବ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲୁଣ ଦ୍ଵାରା ଜଣେ ସାଧାରଣ ମନୁଷ୍ୟ ର ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଧନର ବର୍ଷା ହୋଇଥାଏ।ଏଥି ନିମନ୍ତେ କେବଳ ଲୁଣ,ଚିନି ଏବଂ ଆହୁରି କିଛି ଜିନିଷ ର ସଠିକ ବ୍ୟବହାର କରିବାର ଉପାୟ ଜାଣିବା ଆବଶ୍ୟକ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ ହେଉଛି, ଚନ୍ଦ୍ର ଏବଂ ଶୁକ୍ର ଗ୍ରହଣ ପ୍ରତୀକ। ଲୁଣ କୁ ଯଦି ଆପଣ ଷ୍ଟିଲ ପାତ୍ରରେ ରଖିବେ ତେବେ ଏହା ଚନ୍ଦ୍ର ଏବଂ ଶନି ଙ୍କ ର ମିଳନ ବୋଲି କୁହାଯାଏ ଏବଂ ଏହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହି ଲୁଣ ଦ୍ବାରା କେଉଁ ଉପାୟ କରିବା ଦ୍ୱାରା ଧନର ବର୍ଷା ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ। ଏହା ଜାଣିବା ନିହାତି ଆବଶ୍ୟକ ଅଟେ।
୧- ତେବେ ପ୍ରଥମ ଉପାୟ ଟି ହେଉଛି ଯଦି ଆପଣ ଙ୍କ ଘରେ ସୁଖ ଶାନ୍ତି ଏବଂ ଧନ ରହୁ ନାହିଁ ତେବେ ଆପଣ ଏହି ଉପାୟ କରନ୍ତୁ ମୁଠାଏ ଲୁଣ ନିଅନ୍ତୁ ଏବଂ ନିଜ ଘରର ସାତ ଥର ପରିକ୍ରମା କରନ୍ତୁ ଯଦି ବାହାରେ ସମ୍ଭବ ନ ହୁଏ ତେବେ ନିଜ ଘର ଭିତରେ ହିଁ ଆପଣ ଏହି ପରିକ୍ରମା କରି ପାରିବେ ଏବଂ ମନରେ କିନ୍ତୁ ଭଗବାନ ଙ୍କୁ ସ୍ମରଣ କରିବା ସହ ତାଙ୍କୁ ନିଜର ଅସୁବିଧା କୁ ଜଣାଇବେ ଏବଂ ପରିକ୍ରମା କରିବା ପରେ ସେହି ଲୁଣ କୁ ଆପଣ ଜଳ ରେ ଅତିବାହିତ କରିଦିଅନ୍ତୁ।ଏହା ଦ୍ୱାରା ଆପଣଙ୍କ ସମସ୍ତ ଅସୁବିଧା ଦୁର ହୋଇଯିବ।
୨- ଦ୍ଵିତୀୟ ଉପାୟ ଟି ହେଉଛି ଆପଣ କିଛି ଚିନି କୁ ମୁଠାରେ ନିଅନ୍ତୁ ଏବଂ ତାକୁ ଏକ ଲାଲ କପଡା ରେ ବାନ୍ଧି କୌଣସି ବି ମନ୍ଦିର ରେ ଅର୍ପଣ କରି ଫେରି ଆସନ୍ତୁ ତେବେ ଏହି ଉପାୟ ଦ୍ୱାରା ଆପଣ କରଜ ରେ ବୁଡି ଥିବେ ତେବେ ତାହାର ସମାଧାନ କରିବାରେ ସାହାଯ୍ୟ କରିଥାଏ।
୩- ତୃତୀୟ ଉପାୟ ଟି ହେଉଛି ଚା ପତି ତେବେ ଏହି ଉପାୟ କରିବା ଦ୍ୱାରା ଆମକୁ ରାହୁ ଦୋଷ ରୁ ମୁକ୍ତି ମିଳିଥାଏ ଏବଂ ଘରୁ ଦରିଦ୍ରତା ଦୁର କରିବାରେ ସହାୟକ ହୋଇ ଥାଏ। ଏହା ଅତ୍ୟନ୍ତ ଲାଭଦାୟକ ଉପାୟ ଅଟେ। ତେବେ ଏହି ଉପାୟ ଟି ହେଉଛି ଆପଣ ନିଜ ହାତ ମୁଠାରେ ଚା ପତି କୁ ଧରି ନିଜ ଘରର ସାତ ଥର ପରିକ୍ରମା କରନ୍ତୁ ଏବଂ ରାହୁ ଙ୍କୁ ପାର୍ଥନା କରନ୍ତୁ କି ସେ ଏହି ଚା ପତିରେ ବାସ କରିବେ ଏବଂ ପରିକ୍ରମା ପରେ ପ୍ରଭାହିତ ଜଳରେ ପକାଇ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ର ସମସ୍ତ ସମସ୍ୟା ଦାରିଦ୍ର୍ୟତା ଦୁର ହୋଇଯିବ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।