Vastu Tips- ଜନ୍ମାଷ୍ଟମୀ ଦିନ ଘରକୁ ଆଣନ୍ତୁ ଏହି 5 ଟି ଜିନିଷ, କେବେ ବି ଧନ ସମ୍ପତିର ଅଭାବ ରହିବ ନାହିଁ

ନମସ୍କାର ବନ୍ଧୁଗଣ ଅଗଷ୍ଟ ମାସ ୩୦ ତାରିଖ ସୋମବାର ଦିନ ଜନ୍ମାଷ୍ଟମୀ । ଏହି ଦିନ ଘରେ ଘରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଇ ଥାଏ ତାହାବି ବହୁତ ଧୁମ ଧାମ ରେ । ଭାଦ୍ରବ ମାସ ର କୃଷ୍ଣ ପକ୍ଷ ର ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ହୋଇଥିଲା । ଏଥିପାଇଁ ପ୍ରତିବର୍ଷ ଭାଦ୍ରବ ମାସ ର କୃଷ୍ଣ ପକ୍ଷ ରେ ଅଷ୍ଟମୀ ତିଥିରେ ଏହାକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଇଥାଏ ।

ଏହି ଦିନ କିଛି ଖାସ ଗୁପ୍ତ ଉପାୟ ହୋଇଥାଏ । ଯାହାକୁ କରିବା ଦ୍ୱାରା ମନୁଷ୍ୟ କୁ ସମ୍ମାନ, ଧନ,ସମ୍ପତ୍ତି ସୁଖ ଶାନ୍ତି ଆଦି ମିଳିଥାଏ । ଯେଉଁ ମାନଙ୍କ ଚଦ୍ରମା ଦୁର୍ବଳ ରହିଥାଏ ଏବଂ ନିଜର ସନ୍ତାନ ପ୍ରାପ୍ତି ଆଦି କାର୍ଯ୍ୟ ପାଇଁ ଏହି ବ୍ରତ କରିବା ଆବଶ୍ୟକ ଅଟେ । ଏହି ଦିନ ଆପଣ ନିଜର ସମସ୍ତ ମନ ଇଚ୍ଛା ପୂରଣ, ଏବଂ ସନ୍ତାନ ପ୍ରାପ୍ତି, ଦୁଃଖ ସମସ୍ୟାରୁ ଦୁର କରିବା, ଚାକିରୀ ସମସ୍ୟା, ବ୍ୟବସାୟ ସମସ୍ୟା ଆଦି ରୁ ବର୍ତ୍ତିବା ପାଇଁ ଏହି ବ୍ରତ କରିବା ଏବଂ ପୂଜା ପାଠ କରିବା ଉଚିତ ଅଟେ ।

ତେବେ ଜନ୍ମାଷ୍ଟମୀ ରେ ସବୁ ଭୋଗ ରେ ନିହାତି ଭାବରେ ତୁଳସୀ ପତ୍ର ପକାଇବା ଆବଶ୍ୟକ ଅଟେ ତେବେ ଏହି ଜନ୍ମାଷ୍ଟମୀ ରେ କିଛି ଏପରି ଜିନିଷ ଅଛି ଯାହାକୁ ଚଢାଇବା ପରେ ଆପଣ ଙ୍କ ସମସ୍ତ ମନୋକାମନା ପୂରଣ ହେବ ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କଣ କଣ

୧- ପ୍ରଥମ ଜିନିଷ ଟି ହେଉଛି ଗାଈ ଏବଂ ବାଛୁରି । ଏହା ଛଡା ଦୁହିଁଙ୍କ ଏକ ମୂର୍ତି ନେଇ ଆସିବେ ଏବଂ ଠାକୁର ଘରେ ପୂଜାର୍ଚ୍ଚନା କରୁଥିବା ସ୍ଥାନରେ ହିଁ ସ୍ଥାପନ କରିବା ଉଚିତ ଏହା ଦ୍ୱାରା ଘରେ ସୁଖ ର ବାତାବରଣ ଖେଳି ଯାଏ ଏବଂ ଆର୍ଥିକ ଅସୁବିଧା ମଧ୍ୟ ଦୁର ହୋଇଯାଏ ।

୨- ଦ୍ଵିତୀୟ ରେ ହେଉଛି କଇଁଚ । ଏହା ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ଅଟେ ତେଣୁ ଏହି ପବିତ୍ର ଜନ୍ମାଷ୍ଟମୀ ରେ ଆପଣ ଶ୍ରୀକୃଷ୍ଣଙ୍କ ପାଖରେ ଏହି କଇଁଚ ମାଳ ଦେବା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ ।

୩- ତୃତୀୟ ରେ ହେଉଛି ଦକ୍ଷିଣା ମୁଖୀ ଶଙ୍ଖ । କୁହାଯାଏ ଯାହା ଙ୍କ ଘରେ ଏହି ଶଙ୍ଖ ଥାଏ ସେହି ଘରେ କେବେବି କୌଣସି ପ୍ରକାରର ଧନ ଏବଂ ସକରାତ୍ମକ ଉର୍ଜା ରହିବ ଏବଂ ମାତାଲକ୍ଷ୍ମୀ ମଧ୍ୟ ସେହି ଘର ଛାଡ଼ି କୁଆଡେ ଯାଆନ୍ତି ନାହିଁ ।

୪- ଚତୁର୍ଥ ରେ ହେଉଛି ବଇଁଶୀ । ଶ୍ରୀକୃଷ୍ଣ ସବୁବେଳେ ନିଜ ସାଥିରେ ରଖିଥାନ୍ତି । ତେବେ ଏହି ପବିତ୍ର ଦିନରେ ଭଗବାନ ଶ୍ରୀକୃଷ୍ଣ ଙ୍କ ନିକଟରେ ବଇଁଶୀ ଚଢାଇବା ଦ୍ୱାରା ଘରେ କୌଣସି ଝଗଡା ହୋଇ ନଥାଏ ଏବଂ ସୁଖ ଶାନ୍ତି ର ବାତାବରଣ ରହିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *