ଅଭାବ ରେ ରହୁଥିଲେ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

୧- ଘରର ଡାହାଣ ପଟରେ ତୁଳସୀ ଚଉରା ରହିବା ଉଚିତ ଏବଂ ଘରୁ ବାହାରିଲେ ଚଉରା ମୂଳରୁ କିଛି ମାଟି ନେଇ ମୁଣ୍ଡ ରେ ଲଗାଇ ଯିବା ଉଚିତ । ୨- ବ୍ରଣ ଦାଗ ଲିଭାଇବା ପାଇଁ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଲଗାଇବା ଦ୍ୱାରା ଦାଗ ପଳାଇଥାଏ । ୩- ଆଖିତଳ କଳା ଦାଗ ଲିଭାଇବା ପାଇଁ ଲେମ୍ବୁ ରସ ସହିତ ବିଲାତି ରସ କୁ ମିଶାଇ ଲଗାଇବା ଦ୍ୱାରା ତାହା ଲିଭିଯାଏ । ୪- ବିବାହିତା ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲା କରି ଶୋଇବା ଉଚିତ ନୁହେଁ ।

୫- ସୂର୍ଯ୍ୟାସ୍ତ ପରେ କେବେ କାହାକୁ କ୍ଷୀର କିମ୍ବା ଦହି ଦିଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇ ଥାଏ ।  ୬- ପୂଜା ରେ ଯାଆଁଳା କଦଳୀ ଭୋଗ କଲେ ବହୁତ ଶୁଭ ହୋଇଥାଏ ଏବଂ ଶିବ ଲିଙ୍ଗ ରେ ଚଢାଇଲେ ମଂଗଳ ହୋଇଥାଏ । ୭- ଠାକୁର ପୂଜାକଲା ବେଳେ ପିଢ଼ା ଉପରେ ନ ବସି ଆସନ ଉପରେ ବସି ପୂଜା କରିବା ଉଚିତ । ୮- ଘରର ପାଣି ଟ୍ୟାପ ରୁ ପାଣି ଟପ ଟପ ପଡିଲେ ଏହା ଅଶୁଭ ହୋଇଥାଏ ।

୯- ଟଙ୍କା ରଖିଥିବା ଆଲମାରୀ ର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଏହା ଶୁଭ ହୋଇଥାଏ । ୧୦- ଗଣେଶ ପୂଜା ଦିନ ଆକାଶ ରେ ଚନ୍ଦ୍ର ଦର୍ଶନ କରନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ । ୧୧- ଗଣେଶ ପୂଜା ଦିନ କିଛି ଅଳେଇଚ ଆଣି ପାଣିରେ ପକାଇ ସ୍ନାନ କରିଲେ ବିଦ୍ୟା ବୃଦ୍ଧି ହୋଇଥାଏ ।

୧୨- ଶନି ଦେବଙ୍କ ମୂର୍ତ୍ତି କୁ ଘରେ ନ ଆଣି ମନ୍ଦିର ରେ ପୂଜା କରିବା ଦ୍ୱାରା ମଙ୍ଗଳ ହୋଇଥାଏ । ୧୩- ଘରେ ଲକ୍ଷ୍ମୀ ମାତା ଙ୍କ ଠିଆ ହୋଇଥିବା ଫୋଟୋ ରଖିବା ଉଚିତ ନୁହେଁ ବସିଥିବା ଫୋଟୋ ହିଁ ରଖନ୍ତୁ । ୧୪- ଘରେ ଅଚଳ ଘଂଟା ରଖନ୍ତୁ ନାହିଁ ଏବଂ ଦକ୍ଷିଣ କାନ୍ଥ ରେ ଲଗାନ୍ତୁ ନାହିଁ । ୧୫- ଠାକୁର ଘରେ ଶ୍ରୀ ଯନ୍ତ୍ର ଏବଂ ଲାଲ କପଡାରେ ଗୁରା ହୋଇଥିବା ନଡିଆ ରଖିଲେ ଲକ୍ଷ୍ମୀ କୃପା ମିଳେ ।

୧୬- ପୂର୍ବ ଦିଗକୁ ମୁହଁ କରି ଭୋଜନ କରନ୍ତୁ ଏବଂ ଦକ୍ଷିଣ କୁ ମୁହଁ କରି ଶୟନ କରିବା ମଙ୍ଗଳ ହୋଇଥାଏ । ୧୭- ଜଗନ୍ନାଥ ମନ୍ଦିର କୁ ତିନିଥର ଏବଂ ଶିବ ମନ୍ଦିର କୁ ଅର୍ଦ୍ଧ ପରିକ୍ରମା କଲେ ମଙ୍ଗଳ ହୋଇଥାଏ । ୧୮- ଘରେ ଅଶାନ୍ତି ଲାଗି ରହୁଥିଲେ ଶନିବାର ଦିନ ବଉଳ ଗଛ କୁ ସାତଥର ପରିକ୍ରମା କରି ତାର ଚେର କୁ ଘରେ ରଖନ୍ତୁ । ୧୯- ନିଜ ଦେହର ଛାଇ, ତୀର୍ଥ ସ୍ଥାନ, ଏବଂ ମଶାଣି ରେ ପରିଶ୍ରା କରିବା ଉଚିତ ନୁହେଁ ଏହା ଅମଙ୍ଗଳ ଅଟେ । ୨୦- ଗରୁଡ଼ ଚିତ୍ର ଘଣ୍ଟି ଘରେ ରଖିଲେ ଅଗ୍ନି ଭୟ, ଚୋର ଭୟ, ଏବଂ ବଜ୍ର ଭୟ ଦୁର ହୁଏ ।

Leave a Reply

Your email address will not be published. Required fields are marked *