ବନ୍ଧୁଗଣ, ସାଧାରଣତ ବୃକ୍ଷଲତା ଦ୍ଵାରା ଆମ୍ଭକୁ ଜୀବନ ସମ୍ବନ୍ଧିତ ସମସ୍ତ ଜିନିଷର ଲାଭ ମିଳିଥାଏ । ଆମ୍ଭର ସଂପୂର୍ଣ୍ଣ ଜୀବନ ବୃକ୍ଷଲତା ଉପରେ ନିର୍ଭର କରିଥାଏ । ସେହିଠାରୁ ଆମ୍ଭକୁ ପ୍ରାଣବାୟୁ ଅମ୍ଳଜାନ ମିଳିଥାଏ । ବୃକ୍ଷଲତା ଦ୍ଵାରା ଚାରିଆଡୁ ଆସୁଥିବା ଶୁଦ୍ଧ ପବନ ତଥା ବାୟୁ ବାତାବରଣ କୁ ଶୁଦ୍ଧ କରିଥାଏ । ଏହା ସହିତ ଆମ୍ଭ ମନମସ୍ତିଷ୍କ କୁ ମଧ୍ୟ ଶାନ୍ତ ରଖିଥାଏ । ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଗଛଲତା ମାନଙ୍କର ବହୁତ ମହତ୍ଵ ରହିଛି ବୋଲି କୁହାଯାଇଅଛି ।
ଶାସ୍ତ୍ର ଅନୁଯାୟୀ କିଛି ଏଭଳି ବୃକ୍ଷଲତା ଅଛନ୍ତି ଯାହା ଆମ୍ଭ ନିମନ୍ତେ ବହୁତ ଶୁଭ ହୋଇଥାଏ । ଯଦି ଆମ୍ଭେ ଏହାକୁ ନିଜ ଘରେ ଲଗାଇଥାଉ ଅଥବା ଏହା ଆମ୍ଭ ଘର ସମୁଖରେ ଆପେ ଆପେ ଉଠିଯାଇଥାଏ ତେବେ, ଆମ୍ଭ ଘରକୁ ସୁଖଶାନ୍ତି ତଥା ସମୃଦ୍ଧି ଆସିବାର ଲକ୍ଷଣ ହୋଇଥାଏ । ଆସନ୍ତୁ ବର୍ତ୍ତମାନ ସେହି ବୃକ୍ଷଲତା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।
୧- ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସମସ୍ତ ହିନ୍ଦୁଘରେ ତୁଳସୀ ପତ୍ର ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ । ତୁଳସୀ ଗଛ ମାତା ଲକ୍ଷ୍ମୀ ଙ୍କର ପ୍ରତୀକ ହୋଇଥାଏ । ଏହି ଗଛ ର ପାତ୍ର ଭଗବାନ ବିଷ୍ଣୁ ଙ୍କର ଅତିପ୍ରିୟ ଅଟେ । ଘରେ ତୁଳସୀ ଗଛ ହେବା ଦ୍ଵାରା ଆମ୍ଭ ଘରେ ଧନଧାନ୍ୟ ତଥା ଆରୋଗ୍ୟ ର ଅଭାବ ହୋଇ ନଥାଏ । ତୁଳସୀ ଗଛରୁ ଉତ୍ପନ ହେଉଥିବା ଊର୍ଜା ଆମ୍ଭ ଜୀବନ ଉପରେ ସକାରାତ୍ମ ପ୍ରଭାବ ପକାଇ ଥାଏ ।
୨- ବେଲ ଗଛ- ଯେଉଁ ଘରେ ବେଲ ଗଛ ରହିଥାଏ, ସେହି ଘରର ଲୋକେ ସର୍ବଦା ସୁଖୀ ରହିଥାନ୍ତି । ଏହି ଗଛକୁ ସର୍ବ ପ୍ରଥମେ କୌଣସି ଗମଲା ରେ ବଢାଇ ପରେ ଏହାକୁ ନିଜ ଘର ଅଗଣା ରେ ଲଗାଇ ପାରନ୍ତି । ଏହା ବଢୁ ବଢୁ ବହୁତ ବଡ ହୋଇଯାଇଥାଏ ଏବଂ ଆମ୍ଭ ଜୀବନରେ ସୁଖ ଏବଂ ସମୃଦ୍ଧି ର ଛାୟା କରିଥାଏ ।
ବେଲପତ୍ର ଭଗବାନ ଶିବ ଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏଥିପାଇଁ ଯଦି ଆମ୍ଭେ ଏହି ଗଛକୁ ଘରେ ଲଗାଇଥାଉ ତେବେ ଭଗବାନ ଶିବ ଙ୍କ ଆଶୀର୍ବାଦ ରୁ ଆମ୍ଭ ଘରେ କୌଣସି ପ୍ରକାରର ବାଧା ବିଘ୍ନ ତଥା ଅଶୁଭ ଲକ୍ଷଣ ଦେଖାଯାଇନଥାଏ । ୩- ଲେମ୍ବୁ ଗଛ- ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ତ-ନ୍ତ୍ର ମ-ନ୍ତ୍ର ରୁ ବଞ୍ଚିବା ନିମନ୍ତେ ପ୍ରମୁଖ ରୂପରୁ ଲେମ୍ବୁର ଉପାହୋଗ କରାଯାଇଥାଏ । ଏହା ଏଥି ନିମନ୍ତେ କରାଯାଇଥାଏ କାରଣ ଲେମ୍ବୁ ରେ ନ-କ-ରାତ୍ମତା କୁ ବାହାର କରିବାର ଅଦ୍ଭୁତ ଶକ୍ତି ରହିଥାଏ ।
ଲେମ୍ବୁ ନିଜର ଆଖପାଖର ଦୁଷ୍ଟ ଶକ୍ତି କୁ ନିଜ ମଧ୍ୟକୁ ଟାଣି ନେଇଥାଏ । ଏଣୁ ଆପଣଙ୍କ ଘରେ ଯଦି ଲେମ୍ବୁ ଗଛ ରହିଥାଏ ତେବେ ଏହାର ପ୍ରଭାବରେ ଆମ୍ଭ ଘରେ କାହାର ଖରାପ ନଜର ଲାଗିନଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ