Swapna Shastra- ଏହି 3 ଟି ସ୍ଵପ୍ନ ଭୁଲରେ ବି କାହାକୁ କୁହନ୍ତୁ ନାହିଁ, ହୋଇଥାଏ ଅନର୍ଥ

ବନ୍ଧୁଗଣ, ମନୁଷ୍ୟ ଜୀବନରେ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି । ମାତ୍ର ଆମ୍ଭେମାନେ ଦେଖିଥିବା ଏହି ସ୍ଵପ୍ନ ଆମ୍ଭକୁ ଆମ୍ଭ ଭବିଷ୍ୟତ ର ଦର୍ପଣ ଦେଖାଇଥାଏ । ଆମେ ପ୍ରାଏ ସ୍ଵପ୍ନ ଦେଖିଥାଉ ମାତ୍ର କେବେକେବେ ସେହି ସ୍ଵପ୍ନ ମାନଙ୍କ ମଧ୍ୟରୁ କିଛି ସ୍ଵୋପ୍ନ ଆମ୍ଭମାନଙ୍କର ମନେ ରହି ଯାଇଥାଏ । ଆମେମାନେ ଦେଖିଥିବା ପ୍ରତ୍ୟକ ସ୍ଵୋପ୍ନ ଆମ ପାଇଁ ନୂତନ ସନ୍ଦେଶ ନୂତନ ଚେତାବନୀ ନେଇ ଆସିଥାଏ । ଇଶ୍ଵର ଆମ୍ଭକୁ ଅଲଗା ଅଲଗା ମାଧ୍ୟମରେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ବନ୍ଧରେ ସୂଚନା ଦେଇଥାନ୍ତି । ଏଥିରୁ ଗୋଟିଏ ମାଧ୍ୟମ ଆମ୍ଭର ସ୍ଵପ୍ନ ହୋଇଥାଏ ।

ଆସନ୍ତୁ ଜାଣିବା ଆମ୍ଭେ ନିଜ ସ୍ଵପ୍ନ ରେ ଯଦି ସର୍ପ, ଭଗବାନ, ମନ୍ଦିର ତଥା ମାଳା ଇତ୍ୟାଦି ଦେଖିବା ତେବେ ଇଶ୍ଵର ଆମ୍ଭକୁ ଯେଉଁ ସନ୍ଦେଶ ଦେଇଥାନ୍ତି ? ୧- ସର୍ପ;- ସ୍ଵପ୍ନ ରେ ସାପ ଆପଣଙ୍କୁ କେଉଁ ଅବସ୍ଥା ରେ ଦେଖାଦେଲା ତାହା ନିର୍ଧାରିତ କରିଥାଏ ଯେ ଏହା ଶୁଭ ଅଟେ ଅଥବା ଅଶୁଭ । ମାତ୍ର ବହୁତ କମ ଲୋକଙ୍କୁ ସ୍ଵପ୍ନ ରେ ସର୍ପ ଦେଖାଦେଇଥାଏ । ଯଦି ସର୍ପ ସ୍ଵପ୍ନ ଆପଣଙ୍କୁ ଅଧିକ ଦେଖାଯାଇଥାଏ ତେବେ ଏହା ପୂର୍ବ ଜନ୍ମ ର କୌଣସି ବ୍ୟକ୍ତି ସହ ଜଡିତ ବୋଲି ମାନାଯାଇଥାଏ । ସାପ ଆପଣଙ୍କ ପିଛା କରୁଥିବାର ଦୃଶ୍ୟ ଦେଖିଲେ ଏହା ଅଶୁଭ ହୋଇଥାଏ । ଆପଣଙ୍କ ପାରିବାରିକ ଜୀବନ ଉପରେ ଆର୍ଥିକ ଅଥବା ଅନ୍ୟାନ୍ୟ ସଙ୍କଟ ଆସିବାର ଏହା ସୂଚନା ଦେଇଥାଏ ।

୨- ସ୍ଵପ୍ନ ରେ ଈଶ୍ଵରଙ୍କୁ ଦେଖୁଥିଲେ ଆପଣ ଏହି କଥାକୁ ଅନ୍ୟ କୁ କୁହନ୍ତୁ ନାହିଁ । ବହୁତ କମ ଲୋକଙ୍କୁ ଏଭଳି ସ୍ଵପ୍ନ ଦେଖାଦେଇଥାଏ । ଆପଣଙ୍କୁ ଏହାର ମହତ ବୁଝିବାକୁ ହେବ ଯେ, ଇଶ୍ଵର ଆପଣଙ୍କୁ କଣ କହୁଛନ୍ତି ? ଏହାକୁ ଯଦି ଆପଣ ଅନ୍ୟ କାହାକୁ କୁହନ୍ତି ତେବେ ଆପଣଙ୍କର କ୍ଷତି ହେବ । ଆପଣ ଯଦି ମାଳା ଅଥବା ମନ୍ଦିର କୁ ମଧ୍ୟ ସ୍ଵପ୍ନ ରେ ଦେଖନ୍ତି ତେବେ ମଧ୍ୟ ଏହି କଥାକୁ ଅନ୍ୟକୁ କହିବା ଉଚିତ ନୁହେଁ ।

୩- ଯଦି ଆପଣ ସ୍ଵପ୍ନ ରେ ସମୁଦ୍ର ଦେଖନ୍ତି ତେବେ ଏହା ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭ ଅଟେ । କାରଣ ସମୁଦ୍ର ବିଶାଳତା, ମହାନତା ଏବଂ ବୈଭବ ର ପ୍ରତୀକ ଅଟେ । ମାତ୍ର ସମୁଦ୍ର କୁ ନିଜ ସ୍ଵପ୍ନରେ ଖୁବ କମ ଲୋକ ଦେଖିଥାନ୍ତି । ସମୁଦ୍ର ଆପଣ ନିଜ ସ୍ଵପ୍ନ ରେ ଦେଖିବା ଦ୍ଵାରା ଆପଣଙ୍କ ଜୀବନରେ ଆପଣଙ୍କୁ କୌଣସି ବଡ ସଫଳତା ମିଳିବା ସହିତ ଅନେକ କ୍ଷେତ୍ରରୁ ଆପଣଙ୍କ ନିମନ୍ତେ ଏହା ଧନର ମାର୍ଗ ନେଇ ଆସିବ ।

ଏହା ବ୍ୟତୀତ ଏହା ମଧ୍ୟ ହୋଇପାରେ ଯେ, କୌଣସି ମହାନ ବ୍ୟକ୍ତି ଅଥବା ସାଧୁ ସନ୍ଥ ଙ୍କ ସହିତ ଆପଣଙ୍କ ଭେଟ ହୋଇପାରେ । ଏଣୁ ଏହି ସ୍ଵପ୍ନ ସମ୍ବନ୍ଧରେ ମଧ୍ୟ ଆପଣ କାହାକୁ କହିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *