ବନ୍ଧୁଗଣ, କୁହାଯାଇଅଛି ଯେ, ସିନ୍ଦୁର ବିବାହିତ ମହିଳା ମାନଙ୍କ ନିମନ୍ତେ ଗହଣା ସାଦୃଶ୍ୟ । ଏହା ହେଉଛି ସବୁଠାରୁ ପବିତ୍ର ଜିନିଷ । ମନ୍ଦିରରେ ମଧ୍ୟ ଦେବୀ ଦେବତାଙ୍କୁ ସିନ୍ଦୁର ଲଗାଯାଇଥାଏ । ବିବାହିତ ମହିଳା ମାନେ ନିଜ ସ୍ଵାମୀ ଙ୍କ ନିମନ୍ତେ ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି । ଆମ୍ଭ ବେଦ ଶାସ୍ତ୍ରରେ ମାନ୍ୟତା ରହିଅଛି ଯେ, ସିନ୍ଦୁର ସ୍ଵାମୀ ଙ୍କ ଲାମ୍ବା ଆୟୁଷ ସହିତ ଜଡିତ । ଏଣୁ ହିନ୍ଦୁ ଧର୍ମର ମହିଳା ମାନେ ପ୍ରତ୍ୟକ ଦିନ ସିନ୍ଥିରେ ସିନ୍ଦୁର ଲଗାଇଥାନ୍ତି ।
ମାତ୍ର ବିବାହିତା ମହିଳା ମାନେ ସିନ୍ଦୁର ଲଗାଇଲା ବେଳେ ଅନେକ ଭୁଲ କରିଥାନ୍ତି । ଏଭଳି କରିବା ଦ୍ଵାରା ତାଙ୍କ ସ୍ଵାମୀ ଙ୍କ ପ୍ରତି ବିପଦ ରହିଥାଏ । ଆଜି ଆମ୍ଭେ ସେହି ସବୁ ଭୁଲ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କୁ ଆଦୌ କରିବା କଥା ନୁହେଁ । ଆସନ୍ତୁ ଜାଣିବା ତାହା କଣ ଅଟେ ? କିଛି ମହିଳା ମାନଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ, ପ୍ରତ୍ୟକ ଦିନ ସିନ୍ଦୁର ଲଗାଇବା ଉଚିତ କି ?
ନିଜ ଜୀବନରେ ଯେଉଁଭଳି ଖାଇବା ଏବଂ ଶୋଇବା ଉଚିତ ସେହିଭଳି ସିନ୍ଦୁର ଲଗାଇବା ମଧ୍ୟ ଉଚିତ । ମାତ୍ର ଆପଣ ଧ୍ୟାନ ଦେବେ ଯେ ସ୍ନାନ ସାରି ସଙ୍ଗେ ସଙ୍ଗେ କେବେହେଲେ ସିନ୍ଦୁର ପିନ୍ଧିବା କଥା ନୁହେଁ । ଅଧିକାଂଶ ମହିଳା ମାନେ ସ୍ନାନ ସାରି ସଙ୍ଗେ ସଙ୍ଗେ ମୁଣ୍ଡ କୁଣ୍ଡାଇ ସିନ୍ଦୁର ଲଗାଇଥାନ୍ତି । କିନ୍ତୁ ଏହିଭଳି କରିବା ଆଦୌ ଉଚିତ ନୁହେଁ । ବିବାହିତ ମହିଳା ମାନେ ସ୍ନାନ ସାରି କିଛି ଖାଇ ସାରିବା ପରେ ହିଁ ସିନ୍ଦୁର ଲଗାଇବା ଉଚିତ ।
ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ ଯେ, ଖାଇ ସାରିବା ପରେ କିଭଳି ସିନ୍ଦୁର ଲଗାଇବେ ? ମାତ୍ର ଆପଣ ବିନା ସିନ୍ଦୁରରେ ପୂଜା କରିପାରିବେ ସେଥିରେ କୌଣସି ଅସୁବିଧା ନାହିଁ । ପୂଜା କରିବା ସାରିବା ପରେ କିଛି ଖାଇ ସିନ୍ଦୁର ଲଗାନ୍ତୁ । ଏବେ ଚାଲନ୍ତୁ ଜାଣିବା ସିନ୍ଦୁର କିଭଳି ଲଗାଇବେ ? ହାତରେ କେବେ ମଧ୍ୟ ସିନ୍ଦୁର ଲଗାଇବା ଉଚିତ ନୁହେଁ । ସିନ୍ଦୁର ଫରୁଆ ରେ ଆପଣ କାଠି ରଖନ୍ତୁ ସିନ୍ଦୁର ଲଗାଇ ସାରିବା ପରେ ସେହି କାଠି କୁ ବଦଳାଇ ଦେବେ ।
ମାନ୍ୟତା ରହିଅଛି ଯେ ସିନ୍ଦୁରକୁ ହାତରେ ଲଗାଇଲେ ଆପଣଙ୍କ ସ୍ଵାମୀ ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ତାହା ଆପଣଙ୍କୁ ଅଣ୍ଟି ନଥାଏ । ଆପଣଙ୍କ ସ୍ଵାମୀ ଙ୍କ ପ୍ରତି ବିପଦ ଆସିଥାଏ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ମଧ୍ୟ ଲାଗିଥାଏ । ଆପଣ ପ୍ରଥମେ କେଶ କୁ ପାନିଆ ଦ୍ଵାରା ଭଲ ଭାବରେ କୁଣ୍ଡାଇ ଦିଅନ୍ତୁ । ଏହାପରେ ସିନ୍ଦୁର ଲଗାନ୍ତୁ । ସନ୍ଧ୍ୟା ସମସ୍ୟାରେ ସିନ୍ଦୁର ଲଗାନ୍ତୁ ନାହିଁ ।
ଗାଧୋଇବା ସମୟରେ ଆପଣଙ୍କ କେଶ ବନ୍ଧା ଥିଲେ ସିନ୍ଦୁରକୁ ଧୋଇବେ ନାହିଁ । ଆପଣ ପ୍ରଥମେ କେଶ କୁ ଖୋଲି ଦିଅନ୍ତୁ ଏହାପରେ ସ୍ନାନ କରନ୍ତୁ ଅଥବା ସିନ୍ଦୁରକୁ ଧୁଅନ୍ତୁ । ବନ୍ଧୁଗଣ ଏହି ସବୁ ନିୟମ ମାନି ଚଳନ୍ତୁ ଆପଣଙ୍କ ସ୍ଵାମୀ ଙ୍କର ମଙ୍ଗଳ ହେବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ