ବନ୍ଧୁଗଣ, ଜଣେ ମହିଳା ଙ୍କୁ ଝାଡୁ କରିବା ସମୟରେ ଏହି କାର୍ଯ୍ୟ ଟି ଭୁଲରେ କେବେ ମଧ୍ୟ କରିବା କଥା ନୁହେଁ । ଯଦି କରନ୍ତି ତେବେ ଆପଣଙ୍କ ଘରେ ଆସିଯାଇଥାଏ ଦାରିଦ୍ର୍ୟ ଏବଂ ହୋଇଯାଇଥାଏ ରାହୁ କେତୁ ର ବାସ । ସାଧାରଣତ ଝାଡୁ ପୋଛା କରିବା ଦ୍ଵାରା ଘର ସଫା ସୁତରା ରହିଥାଏ । ଯେଉଁ ଘର ସଫା ସୁତରା ରହିଥାଏ ସେଠାରେ ଖୁସି ତଥା ସମ୍ପନ୍ନତା ଆସିଥାଏ । ଶାସ୍ତ୍ର ଅନୁଯାୟୀ ଝାଡୁକୁ ମହାଲକ୍ଷ୍ମୀ ର ସ୍ୱରୂପ ମାନାଯାଇଅଛି ।
ଝାଡୁ ଦ୍ଵାରା ଦରିଦ୍ରତା ରୂପୀ ଗନ୍ଧ କୁ ବାହାର କରାଯାଇଥାଏ । ଯେଉଁ ସ୍ଥାନରେ କୋଣ କୋଣ ଝାଡୁ ତଥା ପୋଛା ଦ୍ଵାରା ସଫା ସୁତରା ରହିଥାଏ, ସେଠାକାର ବାତାବରଣ ସକାରତ୍ମକ ଊର୍ଜା ରେ ଭରପୁର ରହିଥାଏ । ଏହାଫଳରେ ଘରର ସମସ୍ତ ସଦସ୍ୟ ଉନ୍ନତି କରିଥାନ୍ତି ଏବଂ ଘରର ବାସ୍ତୁ ଦୋଷ ମଧ୍ୟ ଚାଲି ଯାଇଥାଏ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ, ଝାଡୁ ଏବଂ ପୋଛା ଲଗାଇବା ସହିତ କେଉଁ କେଉଁ କଥାର ଧ୍ୟାନ ରଖିବା ଆବଶ୍ୟକ ।
୧- ଶାସ୍ତ୍ର ଅନୁଯାୟୀ ଛୋଟ ଝିଅଙ୍କୁ କାମକାର୍ଯ୍ୟ ରେ ଝାଡୁ ଆଦୌ ଲଗାଇବା କଥା ନୁହେଁ । ଏହାଦ୍ଵାରା ପାପ ଲାଗିଥାଏ ଏବଂ ମାତା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ବେଦପୁରାଣ ଅନୁଯାୟୀ ଛୋଟ ଝିଅ ଦେବୀ ଙ୍କ ରୂପସ୍ଵରୂପ ଅଟନ୍ତି । ଯେଉଁମାନେ ଜାଣିଶୁଣି ଛୋଟ ଝିଅ ମାନଙ୍କୁ କାମକାର୍ଯ୍ୟ ରେ ଝାଡୁ ତଥା ପୋଛା ଲଗାଇବାକୁ କହିଥାନ୍ତି, ସେମାନଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ ।
୨- ଯେତେବେଳେ ଆପଣ ଘରେ ପୋଛା ଲଗାଉଛନ୍ତି ତେବେ ହପ୍ତା ରେ ୩ ଥର ଆପଣଙ୍କୁ ନିଜ ଘରେ ଲୁଣ ଅବଶ୍ୟ ମିଶାଇବା କଥା । ଲୁଣ ମିଶ୍ରିତ ଜଳରେ ପୋଛା ଲଗାଇବା ଦ୍ଵାରା ସମସ୍ତ କୀଟାଣୁ ର ନାଶ ହୋଇଯାଇଥାଏ । ଏହା ସହିତ ନକାରାତ୍ମକ ଊର୍ଜା ସମାପ୍ତ ହୋଇଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି ।
୩- ଶାସ୍ତ୍ର ରେ କୁହାଯାଇଅଛି ଯେ, ସୂର୍ଯ୍ୟାସ୍ତ ସମୟରେ କୌଣସି ବ୍ୟକ୍ତି ଙ୍କୁ ଝାଡୁ ପୋଛା ଲଗାଇବା କଥା ନୁହେଁ । କାରଣ ଏହି ସମୟ ସଫା ସୁତରା ନିମନ୍ତେ ଉଚିତ ମାନାଯାଇନଥାଏ । ସୂର୍ଯ୍ୟାସ୍ତ ସମୟରେ ଘରେ ପୋଛାଲଗାଇବା ଦ୍ଵାରା ରାହୁ କେତୁ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି । ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଛାଡି ଚାଲିଯାଇଥାନ୍ତି । ଏଭଳି କ୍ଷେତ୍ରରେ ଗରିବୀ ଘରେ ପ୍ରବେଶ କରିଥାଏ । ଆପଣ ଏହି କଥାର ଧ୍ୟାନ ମଧ୍ୟ ରଖନ୍ତୁ ଯେ ବୃହସ୍ପତି ବାର ରେ ଘରେ ପୋଛା ଲଗାନ୍ତୁ ନାହିଁ । ବୃହସ୍ପତି ବାର କୁ ଗୁରୁ ମାନାଯାଇଥାଏ ।
ଏବଂ ପୋଛା ଲଗାଇବା ଦ୍ଵାରା ଗୁରୁ କମଜୋର ହୋଇଯାଇଥାନ୍ତି । ଏଥି ପାଇଁ ବୃହସ୍ପତି ବାରରେ ପୋଛା ଲଗାଇବା କଥା ନୁହେଁ । ଏହିଦିନ ମାଂସ ମଦିରା ଖାଇବା ଦ୍ଵାରା ତଥା ପୋଛା ଲଗାଇବା ଦ୍ଵାରା, କପଡା ଧୋଇବା ଦ୍ଵାରା ଆପଣଙ୍କ ସନ୍ତାନ ତଥା ସ୍ଵାମୀ ଉପରେ ବିପଦ ଆସିଥାଏ । ଏହା ସହିତ ଦାରିଦ୍ର୍ୟ କୁ ଆପଣଙ୍କ ଘରେ ସ୍ଥାନ ମିଳିଥାଏ । ଏଣୁ ଏଭଳି ଭୁଲ ଆଦୌ କରନ୍ତୁ ନାହିଁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ