ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନରେ ତାଙ୍କ ନାମ ର ପ୍ରଥମ ଅକ୍ଷର ର ବିଶେଷ ମହତ୍ତ୍ଵ ରହିଥାଏ । ପ୍ରତ୍ୟେକ ବ୍ୟକ୍ତି ର ତାଙ୍କ ନାମ ର ପ୍ରଥମ ଅକ୍ଷର ତାଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ନାମ ର ପ୍ରଥମ ଅକ୍ଷର ରୁ ହିଁ ବ୍ୟକ୍ତି ର ସ୍ଵଭାଵ ବିଷୟରେ ଜଣା ପଡ଼ିଥାଏ । ପ୍ରାୟତଃ ବ୍ୟକ୍ତି ମାନେ ନିଜ ନାମ ର ପ୍ରଥମ ଅକ୍ଷର ରୁ ହିଁ ତାଙ୍କ ଭବିଷ୍ୟତ ବିଷୟରେ ହିଁ ଜାଣିବାକୁ ଚାହିଁଥାନ୍ତି ଏବଂ ଏହା ସତ ଯେ ପ୍ରତ୍ୟେକ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ରୁ ହିଁ ତାଙ୍କ ଭବିଷ୍ୟତ ସମ୍ବନ୍ଧରେ ଜଣା ପଡ଼ିଥାଏ ।
ତେବେ ଆସନ୍ତୁ ଜାଣିବା ଏହି ନାମ ରୁ ଆରମ୍ଭ ହେଉଥିବା ବ୍ୟକ୍ତି କିପରି ହୋଇଥାନ୍ତି । ୧. ଶାରୀରିକ ଗଠନ- ବନ୍ଧୁଗଣ “B” ଅକ୍ଷର ରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତି ମାନଙ୍କ ଶରୀର ଗଠନ ସମ୍ବନ୍ଧରେ ଯଦି କହିବା ତେବେ ଏମାନେ ବହୁତ ସୁନ୍ଦର ଓ ଆକର୍ଷଣୀୟ ଓ ଏମାନ ଙ୍କ ଆଖି ବହୁତ ସୁନ୍ଦର ଥାଏ ।
୨. ସ୍ଵଭାବ- ଏହି ଅକ୍ଷର ର ନାମ ଥିବା ବ୍ୟକ୍ତି ମାନେ ସର୍ଵଦା କିଛି ନୂଆ ରାସ୍ତା ଖୋଜିବାକୁ ଚେଷ୍ଟା କରିଥାନ୍ତି । ଏହି ଅକ୍ଷର ର ବ୍ୟକ୍ତି ମାନେ କେବେବି ଗୋଟିଏ କାମରେ ସନ୍ତୁଷ୍ଟ ରହି ନଥାନ୍ତି । ଏମାନଙ୍କୁ ନୂଆ ନୂଆ କାର୍ଯ୍ୟ କରିବାକୁ ବହୁତ ପସନ୍ଦ ଥାଏ । ଏମାନେ ନିଜର ରାସ୍ତା ନିଜେ ହିଁ ପ୍ରସ୍ତୁତ କରିଥାନ୍ତି । ଏମାନେ କୌଣସି ବ୍ୟକ୍ତି କୁ ସହଜରେ ବିଶ୍ୱାସ କରନ୍ତି ନାହିଁ । ସେଥିପାଇଁ ଏମାନଙ୍କ ବନ୍ଧୁ ମାନଙ୍କ ସଂଖ୍ୟା ମଧ୍ୟ ବହୁତ କମ ଥାଏ । ଏମାନେ ବହୁତ କମ ଲୋକଙ୍କ ଉପରେ ବିଶ୍ୱାସ କରନ୍ତି । ଓ ଯେଉଁ ମାନଙ୍କ ଉପରେ ବିଶ୍ୱାସ କରନ୍ତି ସେମାନଙ୍କ ସହ ହିଁ ମିତ୍ରତା କରିଥାନ୍ତି ।
ଏହି ଅକ୍ଷର ର ବ୍ୟକ୍ତି ମାନେ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷଣୀୟ ରହିଥାନ୍ତି । ଏମାନ ଙ୍କୁ ପ୍ରକୃତି ସହ ରହିବା ବହୁର ଭଲ ଲାଗେ । ସେଥିପାଇଁ ସେମାନଙ୍କୁ ସେହିଭଳି ସ୍ଥାନ ବୁଲିବାକୁ ପସନ୍ଦ ଯେଉଁଠି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ଓ ସୁନ୍ଦର ଥାଏ । ଏମାନେ ନିଜର ବିଚାର କୁ ଗୋପନ କରି ରଖିଥାନ୍ତି । ଏହାଛଡା ଏମାନେ ନିଜକୁ ଅଯଥା ବିବାଦ ଠାରୁ ଦୂରେଇ ରହିଥାନ୍ତି । ଏହି ଅକ୍ଷର ର ବ୍ୟକ୍ତି ମାନେ ଶାନ୍ତ ଓ ସରଳ ଥାନ୍ତି । କିନ୍ତୁ ଯେବେ ଏମାନଙ୍କୁ କ୍ରୋଧ ଆସିଥାଏ ତେବେ ଏମାନେ କାହା କଥା ଶୁଣନ୍ତି ନାହିଁ ଏବଂ ନିଜ କ୍ରୋଧ କୁ ଲୁଚାଇ କରି ରଖନ୍ତି । ଏମାନଙ୍କ ଠାରୁ କୌଣସି ତର୍କ ରେ ଜିତିବା ବହୁତ କଷ୍ଟ । ବହୁତ ଛୋଟ ଛୋଟ କଥାରେ ମଧ୍ୟ ଏମାନେ ତର୍କ କରିପାରି ଥାଆନ୍ତି ।
୩. କ୍ୟାରିଅର- ଏହି ଅକ୍ଷର ର ବ୍ୟକ୍ତି ମାନେ ନିଜ କ୍ୟାରିଅର ପାଇଁ ବହୁତ ଚିନ୍ତା କରିଥାନ୍ତି । କିନ୍ତୁ ତାକୁ ପୂର୍ଣ କରିବା ପାଇଁ ଟିକେ ପଛରେ ରହିଯାଆନ୍ତି । ଏମାନେ ନିଜର ବିଚାର କୁ କେବେ ବି କାହା ସହ ଆଲୋଚନା କରନ୍ତି ନାହିଁ । ନିଜର ସମସ୍ତ କାର୍ଯ୍ୟ ଚୁପଚାପ କରିଥାନ୍ତି । ନିଜ କାମ ବିଷୟରେ କାହାକୁ ଜଣେଇବାକୁ ଦିଅନ୍ତି ନାହିଁ । ଏମାନଙ୍କ ର ଏହି ଗୁଣ ସଫଳତା ଆଡ଼କୁ ଆଗେଇ ନେଇଯାଇଥାଏ । ଏମାନେ ନିଜର ପ୍ରତ୍ୟେକ କାମ ଖୁବ ମନ ଲଗେଇ କି କରିଥାନ୍ତି ଏବଂ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ଓ ଉଚ୍ଚ ପଦରେ ରହିଥାନ୍ତି ।
୪. ପ୍ରେମ ସଂପର୍କ- ଏହି ଅକ୍ଷର ର ବ୍ୟକ୍ତି ମାନେ ବହୁତ ଭାବୁକ ସ୍ଵଭାଵ ର ହୋଇଥାନ୍ତି । ସେଥିପାଇଁ ଏମାନେ ଶୀଘ୍ର ହିଁ ଭଲ ପାଇଁ ବସନ୍ତି । କିନ୍ତୁ ଭଲ ପାଇବା ପୂର୍ବରୁ ଏମାନେ ନିଜ ସାଥିର ସମସ୍ତ ଗୁଣ ଓ ସ୍ଵଭାବ କୁ ଭଲରେ ପରଖି ଥାନ୍ତି । ଏହି ନାମ ର ବ୍ୟକ୍ତି ସମ୍ପର୍କ କୁ ବହୁତ ଗୁରୁତ୍ୱ ଦେଇଥାନ୍ତି । ସେଥିପାଇଁ ଏମାନେ ଜଣଙ୍କୁ ହିଁ ଭଲ ପାଇଥାନ୍ତି ଏବଂ ତାକୁ ଜୀଵନ ସାଥି ରୂପେ ପାଇବା କୁ ଚେଷ୍ଟା ମଧ୍ୟ କରନ୍ତି । ଭଲ ପାଇବା କ୍ଷେତ୍ରରେ ଏମାନେ ଉଚ୍ଚ କୋଟି ର ହୋଇଥାନ୍ତି କିନ୍ତୁ ଏମାନେ ଏହି କ୍ଷେତ୍ରରେ ଧୋକା ମଧ୍ୟ ପାଇଥାନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ