Vastu Tips- ଘରର ସିଡି କିପରି ହେଲେ ଘରେ ବଢି ଚାଲେ ଧନ ସମ୍ପତି

ବନ୍ଧୁଗଣ, ଘର ନିମନ୍ତେ ସିଡି ଅତି ଆବଶ୍ୟକୀୟ ହୋଇଥାଏ । ଘରର ସିଡି ଯଦି ସଠିକ ବିଚାର ତଥା ସଠିକ ସ୍ଥାନ ରେ ନ ତଖା ଯାଏ ତେବେ ତାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଏହା ଦ୍ଵାରା ବହୁତ ପ୍ରକାରର କ୍ଷୟ କ୍ଷତି ହୋଇଥାଏ । ଧନ ର ଆଗମନ ରୋକିବା ସହିତ ଆପଣଙ୍କର ଅଯଥା ଖର୍ଚ୍ଚ ହୋଇଥାଏ । ରୋଗ ବୈରାଗ୍ୟ ସହିତ କୋର୍ଟ କଚେରୀ ସମସ୍ୟା ମାନ ବୃଦ୍ଧି କରାଇ ଥାଏ । ଆସନ୍ତୁ ଜାଣିବା ଘରର ସିଡି କେଉଁଠି ତଥା କିପରି ଅବସ୍ଥାରେ ରହିବା ଆବଶ୍ୟକ ।

ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ପଶ୍ଚିମ ଦିଗ ଉଚ୍ଚ ହେବ । ଦକ୍ଷିଣ ଚାଖଣ୍ଡେ କମିବ । ପୂର୍ବ କୁ ହାତେ ଊଣା କର । ଉତ୍ତରେ ଦେଢ ହାତେ ଧର । ଏହାର ଅର୍ଥାତ ଘର ନିମନ୍ତେ ଯଦି ଆପଣ ସିଡିଟିଏ ନିର୍ମାଣ କରାଉଛନ୍ତି ତେବେ, ତାହା ପାଇଁ ଛାତ ଉପରେ ଏକ ସିଡି ଘର ଟିଏ ତିଆରି କରିବାକୁ ପଡିଥାଏ । ଶାସ୍ତ୍ର ମତରେ ଘରର ପଶ୍ଚିମ ପଟଟି ଉଚ୍ଚ ହେବ ଆବଶ୍ୟକ । ଦକ୍ଷିଣ ଦିଗ ପଶ୍ଚିମ ସହିତ ସମାନ ହେବା ଆବଶ୍ୟକ । ଅଥବା ଚାଖଣ୍ଡେ କମିଗଲେ ଚଳିବ ।

ପୂର୍ବ ଦିଗ ପଟେ ହାତେ କମିବା ଆବଶ୍ୟକ । ଉତ୍ତର ପାଟ ମଧ୍ୟ ଦେଢ ହାତ କମିବା ଆବଶ୍ୟକ । ଅର୍ଥାତ ଯଦି ପଶ୍ଚିମ ପଟେ ସିଡି ଘର ଟିଏ କରାଯାଏ ତେବେ ଦକ୍ଷିଣ ପଟ ତାହା ସମାନ ର ଏକ ଘର ହେଉ ଅଥବା ଏକ ପାଚେରି କରିବା ଆବଶ୍ୟକ ।

ଯଦି ସିଡି ଘର ଟି ଦକ୍ଷିଣ ପଟ ହୁଏ ତେବେ ପଶ୍ଚିମ ପଟ ତାହାରି ସମାନ ର ଅଥବା ତାହାଠାରୁ ଉଚ୍ଚ ମଧ୍ୟ ହେଲେ ଉଚିତ ହୋଇଥାଏ । ତାହା ଘର ହେଉ ପାଚେରି ହେଉ ତାହାରି ସମାନ ର କରିବାକୁ ହେବ । ଏହା ଫଳରେ କୌଣସି ବାସ୍ତୁଦୋଷ ଲାଗିବ ନାହିଁ ଅର୍ଥାତ ଘର ଉପରେ କୌଣସି ପଶ୍ଚିମ ପବନ ବାଜିବ ନାହିଁ । ଆପଣଙ୍କ ଘରେ ଦକ୍ଷିଣା ତଥା ପଶ୍ଚିମା ପବନ ମାଡ ହେଲେ ଅଜସ୍ର ଧନ କ୍ଷୟ ହୋଇଯାଏ ।

ଏହା ସହିତ ରୋଗର ସମସ୍ୟା ମାନ ଦେଖାଦିଏ । ଯଦି ବାୟୁ ତଥା ଅଗ୍ନି କୋଣରେ ସିଡି ଘର କରାଯାଏ, ତେବେ ସେହି ପରିବାରର ଅନେକ ଲୋକ ବାୟୁ ରୋଗରେ ପୀଡିତ ହୋଇଥାନ୍ତି । ଏହା ସହିତ ଆଣ୍ଠୁ ଗଣ୍ଠି ବାତ ରୋଗ ଦେଖା ଦେଇଥାଏ । ଏଣୁ ନୈରୁତ କୋଣ ହେଉଛି ଅତ୍ୟନ୍ତ ଶୁଭ ଦାୟକ । ଏହାକ ଛଡା ପୂର୍ବ ଉତ୍ତର ଐଶାନ୍ୟ କୋଣ ହେଲେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ ।

ଏହା ସବୁଠାରୁ ଅଧିକ କ୍ଷତି କାରକ ହୋଇଥାଏ । ଯଦି ଆପଣଙ୍କ ସିଡି ଘରଟି ଉତ୍ତର ଦିଗ ରେ ହୋଇଥାଏ, ତେବେ ଏହାର ପ୍ରତିକାର ନାହିଁ । ଅନ୍ୟପଟେ ପ୍ରତିକାର ଅଛି ମାତ୍ର ଉତ୍ତର ପଟେ ପ୍ରତିକାର ନାହିଁ । ବନ୍ଧୁଗଣ ଆପଣ ଏହି ନିୟମ ମାନି ନିଜ ଘରର ସିଡି ନିର୍ମାଣ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *