Vastu Tips- ମହିଳାମାନେ ଏମିତି ପୋଛା ଲଗେଇବା ଦ୍ଵାରା ଘରକୁ ଆସିଥାଏ ଦରିଦ୍ରତା, ବାସ ପୋଛା ଲଗାଉଥିବା ପାଣିରେ ମିଶାନ୍ତୁ ଏହି ଜିନିଷ ଚମକିବ ଭାଗ୍ୟ

ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି କି ଘର ସ୍ବଚ୍ଛ ରହିଲେ ଘରେ ସୁଖ ସମୃଦ୍ଧି, ପରସ୍ପର ମାଧୟରେ ପ୍ରେମ ବଜାୟ ରୁହେ । ଅପରିଷ୍କାର ପରିବେଶ ଦରିଦ୍ରତାକୁ ଆମନ୍ତ୍ରଣ କରେ । ଆମେ ସମସ୍ତେ ଘରେ ପୋଛା ଲଗାଇ ଥାଉ, ମାତ୍ର ଆପଣ କଣ ଜାଣିଛନ୍ତି କି ଘରେ ଏପରି ପୋଛା ଲଗାଇବା ଦ୍ଵାରା ଆପଣଙ୍କୁ ବିପରୀତ ପରିଣାମ ଭୋଗିବାକୁ ପଡିପାରେ ।

ଆମେ ଭାବି ଥାଉ ପୋଛା ଲଗାଇ ଆମେ ଘର ସ୍ବଚ୍ଛ କରୁଛୁ, ମାତ୍ର ପୋଛା ଲଗାଇବା ସମୟରେ ଯଦି କିଛି ବିଷୟର ଧ୍ୟାନ ନ ରଖାଯାଏ ବା ଉଲ୍ଲଂଘନ କରାଯାଏ ତେବେ ଘରେ ଭୟଙ୍କର ଦରିଦ୍ରତା ଆସିପାରେ । ତେବେ ଆସନ୍ତୁ ଜାଣିବା ପୋଛା ଲଗାଇବା ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଛାରେ କଣ ମିଶାଇ ଲଗାଇଲେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । କେବେ ମଧ୍ୟ ଦିନ ୧୨ଟା ସମୟରେ ଏବଂ ସନ୍ଧ୍ୟାକାଳରେ ପୋଛା ଲଗାଇବା ଉଚିତ ନୁହେଁ ।

ସବୁବେଳେ ସକାଳ ସମୟରେ ହିଁ ପୋଛା ଲଗାନ୍ତୁ, ଯେପରି ରାତିସାରା ଘରେ ଜମା ହୋଇଥିବା ନକରାତ୍ମକ ଊର୍ଜା ଘରୁ ବାହାରି ଯିବେ ଓ ଆପଣଙ୍କ ଘର ଶୁଦ୍ଧ ଏବଂ ସକାରାତ୍ମକ ଊର୍ଜାରେ ଭରପୁର ରହିବ । ଗୁରୁବାର ଦିନ ପୋଛା ଲଗାଇବାରୁ ବିରତ ହୁଅନ୍ତୁ । ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ପୋଛା ଲଗାଇବା ଦ୍ଵାରା ଘରେ ବାସ୍ତୁ ଦୋଷ ଲାଗିପାରେ । ସେଦିନ ଘର ଭଲ ଭାବେ ଝାଡୁ କରି ଅଳିଆ ବାହାରେ ଫୋପାଡି ଦିଅନ୍ତୁ, କିନ୍ତୁ ପୋଛା ଲଗାନ୍ତୁ ନାହିଁ । ଯଦି ଆପଣ ପୋଛା ସାମଗ୍ରୀ ବଦଳିବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ ନୂଆ ପୋଛା ସାମଗ୍ରୀ ଘରକୁ ଆଣି ପାରିବେ ।

ଅନେକ ସମୟରେ ଆମେ ଭାଙ୍ଗି ଯାଇଥିବା ବାଲ୍ଟିରେ ପାଣି ଭାରି ପୋଛା ଲଗାଇ ଥାଉ । ମାତ୍ର ଏପରି ବିଲକୁଲ କରନ୍ତୁ ନାହିଁ । ଏହା ଦ୍ଵାରା ପୋଛା ଲଗାଇବା ଦ୍ଵାରା ମିଳିବାକୁ ଥିବା ଲାଭ ଆପଣଙ୍କୁ ମିଳିବ ନାହିଁ ।  ଉତ୍ତର ଦିଗ ଶୁଭ ଓ କୁବେରଙ୍କ ଦିଗ ହୋଇଥିବାରୁ ସଦେବ ଉତ୍ତର ଦିଗରୁ ହିଁ ପୋଛା ଲଗାଇବା ଆରମ୍ଭ କରନ୍ତୁ । ବିଶ୍ଵାସ କରାଯାଏ ଯେ ଘରେ ମାତା ଲକ୍ଷ୍ମୀଙ୍କ ପ୍ରବେଶ,ଶୁଭ କାର୍ଯ୍ୟ ଓ ଧାନର ଆଗମନ ଏହି ସମସ୍ତ ଉତ୍ତର ଦିଗରୁ ହିଁ ହୋଇଥାଏ । ସର୍ବଦା ସଫା ପାଣିରେ ପୋଛା ଲଗାନ୍ତୁ ।

ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଘରେ ସର୍ବଦା ରୋଗ, କ୍ଲେଶ ଆଦି ନକରାତ୍ମକତା ଲାଗି ରହୁଛି ଓ ଶୁଭ କାର୍ଯ୍ୟରେ ବାଧା ଉପୁଜୁଛି ତେବେ, ଘରେ ପୋଛା ଲଗାଇବା ସମୟରେ ପୋଛା ପାଣିରେ ନିମ ପାତ୍ର ପକାନ୍ତୁ । ନଚେତ ଅଳ୍ପ ପାଣିରେ ନିମ ପତ୍ର ପକାଇ ଫୁଟାଇ ସେହି ପାଣିକୁ ସବୁଦିନ ଅଳ୍ପ ଅଳ୍ପ ପୋଛା ପାଣିରେ ମିଶାଇ ଘର ପୋଛନ୍ତୁ । ବଳକା ଥିବା ନିମ ପାଣିକୁ ପୂଜା ଘରେ ରଖନ୍ତୁ ଓ ଏହାକୁ ପୁନର୍ବ୍ୟବହାର କରନ୍ତୁ ।

ନିମ ପାତ୍ର ଆପଣଙ୍କ ଘରେ ସକାରାତ୍ମକ ଊର୍ଜାର ସ୍ଥାପନ କରେ । ଯାହା ଦ୍ଵାରା ଆପଣଙ୍କ ଘରୁ ସମସ୍ତ ନକରାତ୍ମକତା ପଳାୟନ କରିବ । ଘରେ ସକାରାତ୍ମକ ଊର୍ଜା ବଜାୟ ରହିବା ହେତୁ ଆପଣଙ୍କ କାର୍ଯ୍ୟରେ ଉପୁଜୁଥିବା ସମସ୍ତ ବାଧାବିଘ୍ନ ଦୂରେଇ ଯାଏ ଓ ଘରେ ସୁଖ ସମୃଦ୍ଧି ବଜାୟ ରହେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *