ସତ୍ୟ ଘଟଣା: ମା’ ଦୂର୍ଗାଙ୍କ ଚମତ୍କାର, ଜଙ୍ଗଲି ସିଂହ ଠାରୁ ଏମିତି ବଞ୍ଚେଇଲେ ଝିଅଟିର ଜୀବନ

ମା ଦୁର୍ଗା ହେଉଛନ୍ତି ଆଦିଶକ୍ତିଙ୍କ ସ୍ୱରୂପ । ତାଙ୍କ ଠାରୁ ହିଁ ମା ପାର୍ବତୀ ଓ ମା ସରସ୍ବତୀଙ୍କ ଜନ୍ମ ହୋଇଥିଲା । ମା ଆଦିଶକ୍ତି ସମସ୍ତ ବ୍ରହ୍ମାଣ୍ଡର ଉର୍ଜା ଅଟନ୍ତି । ସେ ସିଂହ ଉପରେ ସବାର ହୋଇଥାନ୍ତି ।

ତାଙ୍କର ଅଷ୍ଟଭୁଜା ସହ ମା କାଳୀଙ୍କ ସ୍ୱରୂପ ଅତ୍ୟନ୍ତ ଭୟଙ୍କର ଅଟେ । ବଡ଼ ବଡ଼ ଦାନବ ମଧ୍ୟ ମା କାଳୀଙ୍କ ସ୍ୱରୂପ ହୋଇ ଥରହର ହୁଅନ୍ତି । ତାଙ୍କ କୃପା ଲାଭ କରିବା ଅସାଧାରଣ ଅଟେ । ତେବେ ମା ଙ୍କ କୃପାର ଏପରି ଏକ ଘଟଣା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।

ଏହି ଘଟଣାଟି ଦୁଇ ବର୍ଷ ତଳର ଅଟେ । ସ୍ଵାତୀ ନାମକ ଏକ ଝିଅ କଲେଜରେ ପଢିବାକୁ ଯାଉଥିଲା । ସ୍ଵାତୀର ଘରେ ମା ଦୁର୍ଗାଙ୍କୁ ଖୁବ୍ ମାନୁଥିଲେ ଓ ଭଗବାନ ନରସିଂହ ତାଙ୍କର କୁଳ ଦେବତା ଥିଲେ । ମା ସରସ୍ଵତୀଙ୍କ କୃପାରୁ ସ୍ଵାତୀ ଖୁବ୍ ଭଲ ପାଠ ପଢୁଥିଲା ଓ ଶ୍ରେଣୀରେ ପ୍ରଥମ ହେଉଥିଲା ।

ସେ କେବେ ଅଳସୁଆ ହେଇ ନ ଥିଲା ଏବଂ ସକାଳେ ବ୍ରହ୍ମ ମୁହୂର୍ତ୍ତରେ ଉଠି ନିତ୍ୟକର୍ମ ସାରି ମାଆ ଦୁର୍ଗାଙ୍କ ପୂଜା କରିବା ପରେ ହିଁ ଘରୁ ବାହାରକୁ ଯାଏ । ମା ଙ୍କ ଆଶୀର୍ବାଦରେ ସବୁକିଛି ଠିକ୍ ଚାଲିଥିଲା । ମାତ୍ର ଗୋଟେ ଦିନ ସ୍ଵାତୀ ସହ ଏପରି ଘଟଣା ଘଟିଲା ଯାହା ତାକୁ ମା ଦୂର୍ଗାଙ୍କ ଶକ୍ତିର ଆଭାସ କରାଇ ଦେଇଥିଲା । ମା ଦୂର୍ଗାଙ୍କ ଆଶୀର୍ବାଦ ତା ଉପରେ ରହିଛି ବୋଲି ତାକୁ ସମ୍ପୂର୍ଣ୍ଣ ବିଶ୍ବାସ ହୋଇ ଯାଇଥିଲା ।

ସ୍ଵାତୀ କର୍ଣ୍ଣାଟକର ବନ୍ଦୀପୁର ଗ୍ରାମ ପାଖରେ ରହୁଥିଲା । ଯାହାର ଚାରି ପାର୍ଶ୍ଵରେ ଘନ ଜଙ୍ଗଲ ରହିଛି ଓ ଜଙ୍ଗଲରେ ଅନେକ ପ୍ରକାର ବନ୍ୟ ଜନ୍ତୁ ରୁହନ୍ତି । ଏହି ଜଙ୍ଗଲ ଏତେ ଭୟଙ୍କର ଥିଲା ଯେ ଲୋକଙ୍କୁ ପାଦରେ ଚାଲି କରି ଯିବାର ଅନୁମତି ନ ଥିଲା । କାରଣ ଅନେକ ସମୟରେ ବନ୍ୟ ଜନ୍ତୁ ମଣିଷକୁ ଆକ୍ରମଣ ମଧ୍ୟ କରୁଥିଲେ । ସ୍ଵାତୀ ପ୍ରତିଦିନ ଏହି ଜଙ୍ଗଲ ରାସ୍ତାରେ ହିଁ କଲେଜ ଯାଉଥିଲା ।

ସେ ସବୁବେଳେ ବସ୍ ରେ ଯାଉଥିଲା ଓ ତାକୁ ଜଣା ଥିଲା ଏହି ଜଙ୍ଗଲରେ ଅନେକ ସିଂହ ରହୁଛନ୍ତି ଏବଂ କେବେ କେବେ ମଣିଷକୁ ଶିକାର ମଧ୍ୟ କରୁଛନ୍ତି । ଦିନେ ସ୍ଵାତୀ ଟିକେ ଡେରିରେ ଉଠିଲା ଓ ମା ଦୂର୍ଗାଙ୍କ ପୂଜା କରିବାକୁ ମଧ୍ୟ ଡେରି ହୋଇଗଲା । ତଥାପି ସେ ପୂଜା କରିସାରି କଲେଜ ଯିବାକୁ ବାହାରିଲା । ସେଦିନ ତାର ପରୀକ୍ଷା ଥିବାରୁ ତାକୁ ଅବଶ୍ୟ କଲେଜ ଯିବାକୁ ଥିଲା । ମାତ୍ର ଡେରି ହେବା ଯୋଗୁଁ ସ୍ଵାତୀକୁ ବସ୍ ମଧ୍ୟ ମିଳିଲାନି ।

ଏହି କାରଣରୁ ତା ଭାଇ ତାକୁ ସ୍କୁଟିରେ ଛାଡ଼ିବା ପାଇଁ ଆସିଲା । ସ୍ଵାତୀ ଏବଂ ତା ଭାଇ ଜଙ୍ଗଲ ରାସ୍ତାରେ ଯିବା ବେଳେ ସ୍ଵାତୀ ମନେ ମନେ ଡରୁଥିଲା କି ସିଂହ ନ ଆସିଯାଉ । ଅଧିକାଂଶ ସମୟରେ ସିଂହ ସେହି ରାସ୍ତାରେ ଆସେ ନାହିଁ । ମାତ୍ର ସେଦିନ ଗୋଟେ ସିଂହ ଅଚାନକ ସ୍ଵାତୀର ରାସ୍ତାରେ ଆସି ଯାଇଥିଲା । ଏହା ଦେଖି ସେମାନେ ବହୁତ ଡରିଗଲେ ଓ ସ୍ଵାତୀର ଭାଇ ସ୍କୁଟି ରଖିଦେଲା । ସ୍ଵାତୀକୁ ଲାଗିଲା ସିଂହ ଏବେ ସେ ଦୁହିଁଙ୍କୁ ମାରି ଦେବ ।

ସେ ନିଜ ଆଖି ବନ୍ଦ କରି ମା ଦୁର୍ଗାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା । ତା ପରେ ସିଂହଟି ଧୀରେ ଧୀରେ ସେମାନଙ୍କ ଆଡ଼କୁ ବଢ଼ିବାକୁ ଲାଗିଲା । ମାତ୍ର ତା ପରେ ଯାହା ହେଲା ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଲେ । ସିଂହଟି ଚୁପ୍ ଚାପ୍ ସେମାନଙ୍କୁ ଅତିକ୍ରମ କରି ଚାଲିଗଲା ଓ ସେମାନଙ୍କୁ କିଛି ମଧ୍ୟ କ୍ଷତି କଲା ନାହିଁ । ମା ଦୁର୍ଗାଙ୍କର ଏଭଳି ଚମତ୍କାର ଦେଖୁ ସ୍ଵାତୀ ତାଙ୍କୁ ଶତ ଶତ ଧନ୍ୟବାଦ ଦେଲା ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *