Vastu Tips- ଘରର ଏହି ଦିଗରେ ଭୁଲରେ ମଧ୍ୟ ଜୋତା-ଚପଲ ରଖନ୍ତୁ ନାହିଁ, ପୁରା ପରିବାର ହେଇଯାଏ ବର୍ବାଦ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ପ୍ରତ୍ୟେକ ଜିନିଷ ଏବଂ ସେମାନଙ୍କ ସ୍ଥାନ ବା ଦିଗ ନକାରାତ୍ମକ କିମ୍ବା ସକାରାତ୍ମକ ଉର୍ଜା ଉତ୍ପନ୍ନ କରିଥାନ୍ତି ଓ ଏହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ ।

ସେଥିପାଇଁ ପ୍ରତ୍ୟେକ ବସ୍ତୁର ଏକ ନିଶ୍ଚିତ ସ୍ଥାନ ଏବଂ ଦିଗ ରହିଛି । ଯାହା ଦ୍ଵାରା ସକାରାତ୍ମକତା ବଜାୟ ରୁହେ । ତେବେ ଆଜି ଆପଣ ଜୋତା ଓ ଚପଲ ରଖିବାର ସଠିକ୍ ଦିଗ ଏବଂ ସ୍ଥାନ ବିଷୟରେ ଜାଣିବେ । ବାସ୍ତୁ ଅନୁସାରେ ଜୋତା ଚପଲ ରଖିବାର ଏକ ନିର୍ଦ୍ଧିଷ୍ଟ ଦିଗ ରହିଛି । କାରଣ ଘରେ ସବୁଠୁ ଅଧିକ ନକାରାତ୍ମକ ଉର୍ଜା ଜୋତା ଚପଲ ଦ୍ଵାରା ହିଁ ବ୍ୟାପିଥାଏ । କାରଣ ଏହାକୁ ଆମେ ପାଦରେ ପିନ୍ଧି ଥାଉ ଓ ଅନେକ ସ୍ଥାନରେ ମଧ୍ୟ ବୁଲି ଆସି ଥାଉ ।

ପ୍ରାୟତଃ ଲୋକ ନିଜ ଘର ଦ୍ଵାରରେ ହିଁ ଜୋତା ଚପଲ କାଢି ରଖି ଦିଅନ୍ତି ଓ କିଛି ଲୋକ ଘର ଭିତରକୁ ମଧ୍ୟ ନେଇ ଆସନ୍ତି । ମାତ୍ର ବାସ୍ତୁ ଅନୁସାରେ ଏପରି କରିବା ଭୁଲ୍ ଅଟେ । ଏହା ଘରେ କ୍ଳେଶ ବୃଦ୍ଧି କରିବା ସହ ଦେବାଦେବୀ ମଧ୍ୟ ଘର ଛାଡ଼ି ଚାଲି ଯାଆନ୍ତି ।

ଯେଉଁ ଲୋକଙ୍କ ଜୋତା ଚପଲ ଚାରି ଆଡେ଼ ବିଛାଡ଼ି ହୋଇ ପଡିଥାନ୍ତି ସେହି ଘରେ ଶନିଙ୍କ ଅଶୁଭ ପ୍ରଭାବ ପଡିଥାଏ । ଶନି ଅନୁଶାସନ ପ୍ରିୟ ଦେବତା ଅଟନ୍ତି । ସେଥିପାଇଁ ଗୋଡ଼ରେ ପିନ୍ଧିଥିବା ଜିନିଷକୁ ଠିକ୍ ରେ ସଜାଇ ରଖିବା ଉଚିତ୍ । ଘର ବାହାରେ ମଧ୍ୟ ଅବ୍ୟବସ୍ଥିତ ଭାବେ ରଖା ଯାଇଥିବା ଜୋତା ଚପଲ ନକାରାତ୍ମକ ଉର୍ଜା ସୃଷ୍ଟି କରିଥାନ୍ତି । ଓଲଟା ପଡିଥିବା ଜୋତା ଚପଲ ଅଶୁଭ ସମାଚାର ନେଇ ଆସନ୍ତି ।

ଯଦି ଘରେ ପୁରୁଣା ଜୋତା ଚପଲ ଅଛି ତେବେ ତାହା ତୁରନ୍ତ ଫୋପାଡି ଦିଅନ୍ତୁ । ଯଦି ତାହା ଠିକ୍ ଅବସ୍ଥାରେ ଅଛି ମାତ୍ର ବ୍ୟବହାର ହେଉ ନାହିଁ ତେବେ କୌଣସି ଗରିବଙ୍କୁ ତାହା ଦାନ କରି ଦିଅନ୍ତୁ । ଏହା ଦ୍ବାରା ଘରେ ଶନିଦେବଙ୍କ କୃପା ସର୍ବଦା ରୁହେ ଓ ଘରେ ନକାରାତ୍ମକ ଉର୍ଜା ବାସ କରେ ନାହିଁ ।

ଜୋତା ଚପଲ ରଖୁଥିବା ଥାକ ବା ଷ୍ଟାଣ୍ଡକୁ ରୋଷେଇ ଘର ବା ପୂଜା ଘରର କୌଣସି କାନ୍ଥ ବା କବାଟ ସହ ଲଗାଇ ରଖନ୍ତୁ ନାହିଁ । ଏପରି କରିବା ମଧ୍ୟ ଅଶୁଭ ବୋଲି କୁହାଯାଇଛି । ଘରର ପୂର୍ବ, ଉତ୍ତର, ଇଶାନ ବା ଅଗ୍ନୀୟ କୋଣରେ ମଧ୍ୟ ଜୋତା ଷ୍ଟାଣ୍ଡ କେବେ ରଖନ୍ତୁ ନାହିଁ । ଏହା ଦ୍ବାରା ପରିବାରର ସଦସ୍ୟଙ୍କ ମଧ୍ୟରେ କ୍ଳେଶ ବଢ଼ିଥାଏ ଓ କାର୍ଯ୍ୟରେ ସଫଳତା ମଧ୍ୟ ମିଳେ ନାହିଁ । ବାୟବିୟ ବା ଉତ୍ତର-ପଶ୍ଚିମ ଦିଗରେ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ଜୋତା ଷ୍ଟାଣ୍ଡ ରଖିବା ସଠିକ୍ ଦିଗ ବୋଲି ମାନା ଯାଇଛି ।

ଦେବିଦେବତାଙ୍କ ପୂଜା କରୁଥିବା ମନୁଷ୍ୟକୁ ଚମଡାରେ ତିଆରି ଜୋତା ପିନ୍ଧିବା ଉଚିତ୍ ନୁହେଁ । ପଶୁମାନଙ୍କ ପ୍ରାଣ ନେବା ପରେ ଏହା ତିଆରି କରାଯାଉ ଥିବାରୁ ଏହାକୁ ପିନ୍ଧିବା ପାପ ବୋଲି ମାନା ଯାଇଛି । କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ବେଳେ କଳା ରଙ୍ଗର ଜୋତା ଚପଲ ପିନ୍ଧିବା ଶୁଭ ବୋଲି ମାନାଯାଏ । ଏହା ଦ୍ବାରା ଶନିଦେବଙ୍କ କୃପା ବନି ରୁହେ ଓ କାର୍ଯ୍ୟରେ ସଫଳତା ମିଳିଥାଏ । ଏହା ସହ କଳା ରଙ୍ଗର ଜୋତା ଦାନ କରିବା ମଧ୍ୟ ଶୁଭ ଫଳ ଦେଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *