Vastu TIps- ପର୍ସ ରେ ରଖନ୍ତୁ ଏହି ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଯେ ତା’ର ସମସ୍ତ ଇଚ୍ଛା ପୂର୍ଣ୍ଣ ହେଉ ଏବଂ କେବେବି ଜୀବନ ରେ ଧନର ଅଭାବ ନ ରହୁ । କିନ୍ତୁ ବର୍ତ୍ତମାନ ସମୟରେ ଧନର ଅଭାବ ପ୍ରାୟତଃ ଦେଖିବାକୁ ମିଳିଛି ।

ରୋଜଗାର କରିବା ସତ୍ତ୍ୱେ ବ୍ୟକ୍ତି ସେହି ପଇସା ରେ ଚଳି ପାରୁ ନାହିଁ । ଧନର ଅଭାବ ନ ରହିବା ପାଇଁ ମଧ୍ୟ ବ୍ୟକ୍ତି ଅନେକ ଉପାୟ ଆପଣାଇ ଥାଏ । କିନ୍ତୁ କୌଣସି ଲାଭ ହୋଇନଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଜିନିଷ ସମ୍ବନ୍ଧରେ କହିବୁ ଯେଉଁ ଜିନିଷ କୁ ସୋମବାର ଦିନ କେଉଁ ଉପାୟ କରିବା ଦ୍ବାରା ବ୍ୟକ୍ତି ର ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ ଏବଂ କେବେବି ଜୀବନ ରେ ଧନର ଅଭାବ ଦେଖାଯାଏ ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଆପଣ ସୋମବାର ଦିନ ରକ୍ଷା ସୂତା ଆଣି ସେଥିରେ ୭ ଟି ଗଣ୍ଠି ପକାନ୍ତୁ ଏବଂ ଭଗବାନ ଗଣେଶ ଙ୍କ ପାଖରେ ତାହା ରଖି ପୂଜା କରନ୍ତୁ । ଏହାପରେ ସନ୍ଧ୍ୟା ସମୟରେ ସେହି ରକ୍ଷା ସୂତା କୁ ଆଣି ନିଜ ପର୍ସ ରେ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଆଵଶ୍ୟକତା ଅନୁସାରେ ଧନ ର ପ୍ରାପ୍ତି ହେବ ଏବଂ ଆପଣଙ୍କ ଜୀବନ ରେ କେବେବି ଧନର ଅଭାବ ରହିବ ନାହିଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଆପଣ ସୋମବାର ଦିନ ଏକ ନାଲି ରଙ୍ଗର କାଗଜ ନିଅନ୍ତୁ ଏବଂ ସେହି କାଗଜ ରେ ଓଁ ଲେଖନ୍ତୁ । ସେହି କାଗଜ କୁ ଆପଣ ନିଜ ପର୍ସ ରେ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଥିବା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ତୁରନ୍ତ ଦୂର ହୋଇଯିବ ।

୩. ବନ୍ଧୁଗଣ ତୃତୀୟତଃ, ଆପଣ ସୋମବାର ଦିନ ଅରୁଆ ଚାଉଳ ର ୭ଟି ଦାନା କୁ ନିଅନ୍ତୁ ଏବଂ ତା’କୁ ଆପଣ ନିଜ ଘର ମନ୍ଦିର ରେ ରଖନ୍ତୁ । ଏହାପରେ ସେହି ଚାଉଳ କୁ ଧୂପ ଦୀପ ଦେଇ ପୂଜା କରନ୍ତୁ । ପୂଜା କରିବା ପରେ ଆପଣ ସେହି ୭ ଟି ଅରୁଆ ଚାଉଳ ର ଦାନା କୁ ଆଣି ଆପଣଙ୍କ ପର୍ସ ରେ ରଖନ୍ତୁ । ଆପଣ ଚାହିଁଲେ ସେହି ଅରୁଆ ଚାଉଳ ର ଦାନା କୁ କୌଣସି କାଗଜ ଅଥବା କପଡ଼ା ରେ ଗୁଡ଼ାଇ ରଖି ପାରିବେ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଧନର ଆଗମନ ହେବ ।

୪. ବନ୍ଧୁଗଣ ଚତୁର୍ଥତଃ, ଆପଣ ସୋମବାର ଦିନ ଭଗବାନ ଗଣେଶ ଙ୍କ ଫଟୋ ନିଜ ପର୍ସ ରେ ରଖିବେ । ଏପରି କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଧନର ଅଭାବ ହୋଇ ନଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ଆପଣ ସୋମବାର ଦିନ ଏକ ରୁଦ୍ରାକ୍ଷ ର ମାଳି କୁ ନେଇ ନିଜ ପର୍ସ ରେ ରଖନ୍ତୁ । ଏହି ଉପାୟ କୁ କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କ ଜୀବନ ରେ ଥିବା ସମସ୍ତ ପ୍ରକାର ସମସ୍ୟା ତଥା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *